Latest Odisha News

BREAKING NEWS

‘ଓଡିଶା ସିନେ ୱାର୍କରସ୍ ଆସୋସିଏସନ’ ପକ୍ଷରୁ ‘ବିଶ୍ୱ ଶ୍ରମିକ ଦିବସ’ ପାଳିତ

ବୋଲଗଡ: ବୋଲଗଡ ବ୍ଲକ୍ ଚମ୍ପାଇଲୋର ସାନବାଡ ମେଘ ମହ୍ଲାର ଅନୁଷ୍ଠାନ ପ୍ରାଙ୍ଗଣରେ ବୁଧବାର ଦିନ ‘ଓଡିଶା ସିନେ ୱାର୍କରସ୍ ଆସୋସିଏସନ’ ପକ୍ଷରୁ ‘ବିଶ୍ୱ ଶ୍ରମିକ ଦିବସ’ ଅନୁଷ୍ଠିତ ହୋଇଯାଇଛି । ଏକ ନିଆରା ଢଙ୍ଗରେ କବି ମନୋଜ କୁମାର ଗୁମାନସିଂହଙ୍କ ସଭାପତିତ୍ୱରେ କବି ମାନଙ୍କର ଭାବବିହ୍ୱଳ ପରିବେଶରେ କବିତା ପାଠ ଓ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ହୋଇଥିଲା ।

ଏହି ଅବସରରେ କଳା, ସାହିତ୍ୟ, ସଂସ୍କୃତି, ସିନେକଳାକାର ଓ ଶ୍ରମିକ ମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କର ଯୋଜନା ସମ୍ବନ୍ଧରେ ଅତ୍ୟନ୍ତ ବର୍ଷକୁ ଗୋଟିଏ ଦିନ ଚିନ୍ତା କାରାଯାଉ ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସଂପାଦକ ପୂର୍ଣ୍ଣଚନ୍ଦ୍ର ବେହେରା ଅବଗତ କରାଇଥିଲେ । ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ପ୍ରଫୁଲ୍ଲ କୁମାର ପ୍ରଧାନ ଶ୍ରମିକ ମାନଙ୍କୁ ତାଙ୍କର ହକ୍ ବାବଦରେ ବୁଝାଇଥିଲେ ।

ଓଡିଶା ସିନେ ୱାର୍କରସ୍ ଆସୋସିଏସନ୍ ର ପରିଚାଳକ ଓମ୍ ପ୍ରକାଶ ମହାଦେବ୍, ସିନେ ଅଭିନେତ୍ରୀ ରାନି ପ୍ରିୟଦର୍ଶିନୀ, ସିନେ ନିର୍ଦ୍ଦେଶକ ରାଜ୍ ନାରାୟଣ ପଣ୍ଡା, ସିନେ ଶ୍ରମିକ ଡଲିମଣୀ ବେହେରା, କବୟିତ୍ରୀ ପୁଷ୍ପଲତା ମହାପାତ୍ର, କବି ରବିନାରାୟଣ ମଙ୍ଗରାଜ, କଳାକାର କୃଷ୍ଣଚନ୍ଦ୍ର ପଟ୍ଟନାୟକ, ସାମ୍ବାଦିକ ପ୍ରସନ୍ନ କୁମାର ସ୍ୱାଇଁ, ପାଣ୍ଡବ ସାହୁ, ସୁରେଶ କୁମାର ସାମନ୍ତରାୟ, ପ୍ରଦୀପ କୁମାର ପ୍ରଧାନ ତଥା ଅନୁଷ୍ଠାନର ପୂର୍ବତନ ସଭାପତି ରଘୁନାଥ ଷଡଙ୍ଗୀ ଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା । ଶେଷରେ ସଂପାଦକ ପୂର୍ଣ୍ଣଚନ୍ଦ୍ର ବେହେରା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.