Latest Odisha News

BREAKING NEWS

ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ‘ବିଶ୍ଵ କବିତା ଦିବସ’ ପାଳିତ

ଭୁବନେଶ୍ୱର : ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ବିଶ୍ଵ କବିତା ଦିବସ ପାଳିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆଯୁକ୍ତ ତଥା ବରିଷ୍ଠ କବି ରଞ୍ଜନ କୁମାର ଦାସ ଉଦ୍‌ଘାଟକ ଭାବେ ଯୋଗଦେଇଥିଲେ । ସାମ୍ପ୍ରତିକ କବିତା ଯେଉଁଭଳି ପାଠକୀୟ ଆଦୃତ ପାଇବା କଥା ସେଥିରୁ ବଞ୍ଚିତ ହେବା ବୋଲି ମତଦେବା ସହ ସବୁବେଳେ ହୃଦୟକୁ ଛୁଇଁପାରୁଥିବା କବିତା ବହୁ ଅସାମାହିତ ପ୍ରଶ୍ନର ଉତ୍ତର ଦେଇପାରେ ଓ କବିତାକୁ ନେଇ ଆଭିମୁଖ୍ୟ ବଦଳିବା ଦରକାର ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ। ବରିଷ୍ଠ ଶିକ୍ଷାବିତ୍, କବି ତଥା ସୁସମାଲୋଚକ ଦିଲୀପ କୁମାର ସ୍ୱାଇଁ ତାଙ୍କ ବକ୍ତବ୍ୟରେ କବିତା ହେଉଛି ଜୀବନର ପ୍ରକୃତ ସତ୍ୟତା ବୋଲି ମତ ଦେବାସହ ନିର୍ବିକଳ୍ପ ଜୀବନର ଅଧିକାରୀ କବି ସବୁବେଳେ କଠିନ ସାଧନା ବଳରେ କବିତାର ଶକ୍ତି ଓ ସମ୍ମୋହନ ଜରିଆରେ ସମାଜରେ ବ୍ୟାପକ ପରବର୍ତ୍ତିନ ଆଣିବାରେ ସମର୍ଥ ହୋଇପାରେ ବୋଲି କହିଥିଲେ ।

ଏହି ଅବସରରେ ଅବିନାଶ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ସ୍ଵରଚିତ କବିତାମାନ ପାଠ କରିଥିଲେ ଏବଂ ବି ଶ୍ଵବିଦ୍ୟାଳୟରେ କବିତାକୁ ନେଇ ଏକ ବିଶେଷ ପ୍ରାଚୀର ପ୍ରତିକାକୁ ଅତିଥିମାନେ ଉନ୍ମୋଚିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ କୁଳସଚିବ ଅନାମିକା ଅଧିକାରୀ ବିଶ୍ଵକବିତା ଦିବସର ପ୍ରାସଙ୍ଗିକତା ସମ୍ପର୍କରେ ସୂଚନା ଦେଇଥିବା ବେଳେ ଆଶିଷ ମହାପାତ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଜ୍ଞାନ ରଞ୍ଜନ ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବିଭାଗୀୟ ମୁଖ୍ୟ ଚକ୍ରଧର ବେହେରା ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ ।

 

Leave A Reply

Your email address will not be published.