Latest Odisha News

BREAKING NEWS

ବିଶ୍ୱ ପର୍ଯ୍ୟଟନ ଦିବସ: ରଙ୍ଗୀନ ଆଲୋକରେ ସଜ୍ଜିତ ହେଲା ରାଜଧାନୀ

ଭୁବନେଶ୍ୱର : ବିଶ୍ୱ ପର୍ଯ୍ୟଟନ ସଂଗଠନ ପକ୍ଷରୁ ପ୍ରତିବର୍ଷ ସେପ୍ଟେମ୍ବର ୨୭ ତାରିଖକୁ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ଭାବେ ପାଳନ କରାଯାଏ ।

ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ହେଉଛି ସାରା ବିଶ୍ୱରେ ପର୍ଯ୍ୟଟନ କ୍ଷେତ୍ରରେ ସଚେତନତା ସୃଷ୍ଟି କରିବା । ବିଗତ ୧୯୮୦ ମସିହାରୁ ଏହି ଦିନକୁ ଆନ୍ତର୍ଜାତୀୟ ସ୍ତରରେ ପର୍ଯ୍ୟଟନ ଦିବସ ଭାବରେ ପାଳନ କରାଯାଇ ଆସୁଛି ।

ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଆହୁରି ମଧ୍ୟ ରାଜଧାନୀରେ ପର୍ଯ୍ୟଟନ ଅଫିସ ଠାରୁ ଆରମ୍ଭ କରି ଭୁବନେଶ୍ୱର ରେଳ ଷ୍ଟେସନ, ଜୟଦେବ ବାଟିକା ସମେତ ଧଉଳି ଶାନ୍ତି ସ୍ତୁପକୁ ଜାକଜକମରେ ସଜ୍ଜିତ କରାଯାଇଛି ।

ଆଜି ବିମାନ ବନ୍ଦର ଓ ରେଳଷ୍ଟେସନରେ ପର୍ଯ୍ୟଟକଙ୍କୁ ପାରମ୍ପରିକ ଢଙ୍ଗରେ ସ୍ୱାଗତ କରାଯାଇଛି । ଏଥିସହିତ ପୁରୀ ରେଳଷ୍ଟେସନକୁ ମଧ୍ୟ ରଙ୍ଗବେରଙ୍ଗୀ ଆଲୋକରେ ସୁସଜ୍ଜିତ କରାଯାଇଛି ।

ପର୍ଯ୍ୟଟନର ଅଭିବୃଦ୍ଧିରେ ଦେଶର କିପରି ବିକାଶ ହୋଇପାରୁଛି ଏନେଇ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଜି ‘ବିଶ୍ୱ ପର୍ଯ୍ୟଟନ ଦିବସ’ ଉପଲକ୍ଷେ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି । ବିଭିନ୍ନତା ମଧ୍ୟରେ ପର୍ଯ୍ୟଟନ ହିଁ ଦେଶକୁ ଐକ୍ୟବଦ୍ଧତା ଆଣିଦେଇପାରିବ । ଏହି ଆଭିମୁଖ୍ୟକୁ ନେଇ ପର୍ଯ୍ୟଟନ ବିଭାଗ ପାଳନ କରୁଛି ‘ବିଶ୍ୱ ପର୍ଯ୍ୟଟନ ଦିବସ’ ।

Leave A Reply

Your email address will not be published.