Latest Odisha News

BREAKING NEWS

‘ନାଲକୋ ଏମ୍ପ୍ଲୟିଜ୍ ଫୋରମ’କୁ ମିଳିଲା ସ୍ୱିକୃତିପ୍ରାପ୍ତ ଶ୍ରମିକ ସଂଘର ମାନ୍ୟତା

ଭୁବନେଶ୍ୱର: ନ୍ୟାସନାଲ ଆଲୁମିନିୟମ କମ୍ପାନୀ (ନାଲକୋ), ‘ନାଲକୋ ଏମ୍ପ୍ଲୟିଜ୍ ଫୋରମ’କୁ ଏକ ସ୍ୱିକୃତିପ୍ରାପ୍ତ ଶ୍ରମିକସଂଘର ମାନ୍ୟତା ପ୍ରଦାନ କରିଛି ।

ଭୁବନେଶ୍ୱରସ୍ଥିତ ନାଲକୋ ନଗର ମହାନଦୀ ନିବାସ ଅଡ଼ିଟୋରିୟମ, ଠାରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ନାଲକୋ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଡ଼ଃ ତପନ କୁମାର ଚାନ୍ଦ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ମାନ୍ୟତାର ଘୋଷଣା କରିଥିଲେ ।

ଏହାସହିତ ନାଲକୋ କର୍ମଚାରୀମାନଙ୍କ ସହଯୋଗରେ ଚଳିତ ଆର୍ଥୀକ ବର୍ଷର ପ୍ରଥମ ତୈମାସିକରେ ୬୮୭ କୋଟି ଟଙ୍କା ଲାଭ କରି ନାଲକୋ ଏକ ଐତିହାସିକ ସଫଳତା ହାସଲ କରିଥିବା କଥା ପ୍ରକାଶ କରିଥିଲେ ନାଲକୋ ପରିଚାଳନା ନିର୍ଦ୍ଦେଶକ ଡ଼ଃ ଚାନ୍ଦ ।

ଏହି ଅବସରରେ ନାଲକୋ ଏମ୍ପୟିଜ ଫୋରମର ସଭାପତି ମଦନ ମୋହନ ଧଳ ଏବଂ ସାଧାରଣ ସମ୍ପାଦକ ପ୍ରଦୀପ୍ତ କୁମାର ଦାସ କର୍ମଚାରୀମାନଙ୍କ ନୂତନ ଦରମା ନିର୍ଦ୍ଧାରଣକୁ ତୁରନ୍ତ ଫଇସଲା କରିବାକୁ ଦାବି କରିବା ସହିିତ ଅଗାମୀ ଦିନରେ କମ୍ପାନୀର ସୁଦୀର୍ଘ ଉନ୍ନତି କରିବା ପାଇଁ ମ୍ୟାନେଜମେଣ୍ଟକୁ ପ୍ରତିଶୃତି ଦେଇଥିଲେ ।

ଏହି ଉତ୍ସବରେ ନାଲକୋର ସମସ୍ତ ନିର୍ଦ୍ଦେଶକ ମଣ୍ଡଳୀ ମାନଙ୍କ ସହିତ ଅନୁଗୁଳ, ଦାମନଯୋଡ଼ି, ଦିଲ୍ଲୀ, କୋଲକାତା, ବିଶାଖାପାଟଣାର ବିଭିନ୍ନ ଶ୍ରମିକ ସଂଗଠନର ନେତୃମଣ୍ଡଳୀ ଯୋଗଦାନ କରିଥିଲେ ।

ଏହି ଉତ୍ସବରେ ମାନବ ସମ୍ବଳ ବିକାଶ ବିଭାଗର ଉପ-ମହାନିର୍ଦ୍ଦେଶକ ମଣି ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.