Latest Odisha News

BREAKING NEWS

ବିଶ୍ୱ ସୁନାମୀ ସଚେତନତା ଦିବସ: ଜାଣନ୍ତୁ ସମୁଦ୍ରରେ ସୁନାମୀ ସୃଷ୍ଟିର କାରଣ?

ନୂଆଦିଲ୍ଲୀ: ଆଜି ହେଉଛି ବିଶ୍ବ ସୁନାମୀ ସଚେତନତା ଦିବସ । ପ୍ରତ୍ୟେକ ବର୍ଷ ନଭେମ୍ବର ୫ ତାରିଖକୁ ବିଶ୍ୱ ସୁନାମୀ ସଚେତନତା ଦିବସ ଭାବେ ପାଳନ କରାଯାଇଥାଏ । ମିଳିତ ଜାତିସଂଘର ସାଧାରଣ ସଭାରେ ୨୨ ଡିସେମ୍ବର ୨୦୧୫ ରେ ଘୋଷଣା ପରେ ବିଶ୍ୱ ସୁନାମି ଦିବସ ପ୍ରଥମେ ୫ ନଭେମ୍ବର ୨୦୧୬ରେ ପାଳନ କରାଯାଇଥିଲା। ବିପର୍ଯ୍ୟୟ ବିପଦ ହ୍ରାସ ଉପରେ ଏସୀୟ ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଏବଂ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ମିଳିତ ଜାତିସଂଘ କାର୍ଯ୍ୟାଳୟ ସହଯୋଗରେ ଏହି ସଚେତନତା ଦିବସ ଆୟୋଜିତ ହୋଇଥିଲା।

ଏହି ଦିବସରେ ସୁନାମୀ ସମୟରେ କିପରି ଭାବରେ ଜନସାଧାରଣଙ୍କୁ ସମ୍ଭାବ୍ୟ ବିପଦରେ ଧନ, ଜୀବନ ରକ୍ଷା କରାଯାଇପାରିବ ସେ ନେଇ ପ୍ରଶାସନ ତରଫରୁ ଜନସାଧାରଣଙ୍କୁ ଅବଗତ କରାଯାଏ । କାରଣ ଏହା ଏକ ପ୍ରାକୃତିକ ବିପର୍ଯ୍ୟୟ ତେଣୁ ଏହା କାହା ଆୟତ୍ତରେ ନଥାଏ । ତେଣୁ ଏଥିରୁ କିପରି ରକ୍ଷା ପାଇହେବ ସେନେଇ ଲୋକଙ୍କୁ ଅବଗତ କରାଇବା ନିମନ୍ତେ ଏହି ଦିବସ ପାଳନ କରାଯାଇଥାଏ ।

ସୁନାମୀ କିପରି ହୁଏ ?

ଭୂତତ୍ତ୍ୱବିତ ମାନଙ୍କ ମତରେ ସମୁଦ୍ର ତଳେ ଥିବା ଭୂମିରେ କୌଣସି କାରଣରୁ କମ୍ପନ ସୃଷ୍ଟି ହେଲେ ତାହାର ପ୍ରଭାବ ସମୁଦ୍ର ପାଣି ଉପରେ ପଡେ । ଏସବୁ କାରଣ ହେଉଛି ଗଭୀର ସମୁଦ୍ରରେ ଭୂମିକମ୍ପ, ଭୂସ୍ଖଳନ ହେବା ବା ଭୂଗର୍ଭର ପ୍ଲେଟରେ ବିସ୍ଥାପନ । ଆହୁରି ମଧ୍ୟ ଗଭୀର ସମୁଦ୍ରରେ ଅଗ୍ନୀଉଦଗୀରଣ ହେବା ଦ୍ୱାରା ମଧ୍ୟ ସୁନାମୀ ଆସେ । ଏହାର ଆଉ ଏକ କାରଣ ହେଉଛି ଉଲକାପାତ । ଏକ ବୃହତ ଉଲକା ସମୁଦ୍ରରେ ମାଡ ହେଲେ ସୁନାମୀ ଆସିଥାଏ ଅର୍ଥାତ ବିଶାଳକାୟ ଲହଡି ମାଡିଆସି ଉପକୂଳକୁ ଜଳମଗ୍ନ କରାଏ ।

ମାନବ ଇତିହାସରେ ୨୦୦୪ରେ ଭାରତ ମହାସାଗରରେ ସବୁଠାରୁ ଧ୍ୱଂସକାରୀ ପ୍ରାକୃତିକ ବିପର୍ଯ୍ୟୟ ସୁନାମି ସୃଷ୍ଟି ହୋଇଥିଲା। ଏଥିରେ ୧୪ଟି ଦେଶର ପ୍ରାୟ ୨ ଲକ୍ଷ ୩୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କର ଜୀବନ ଯାଇଥିଲା।

Leave A Reply

Your email address will not be published.