Latest Odisha News

ପୁଣି ଅଲୋଡା ଶିଶୁ କନ୍ୟା, ସ୍ୱର୍ଣ୍ଣଚୁଡ଼ ପାହାଡ଼ରୁ ନବଜାତ ଶିଶୁ ଉଦ୍ଧାର

ବାଲେଶ୍ଵର: ପୁଣି ଅଲୋଡା ହେଲା ଶିଶୁ କନ୍ୟା । ସ୍ଵର୍ଣ୍ଣଚୁଡ ପାହାଡ ନିକଟ ଏକ ମସଜିଦ ସମ୍ମୁଖରେ ଶିଶୁ କନ୍ୟାକୁ ଛାଡି ଚାଲିଗଲେ ନିଷ୍ଠୁର ବାପା-ମା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ । ଶିଶୁଟିର କାନ୍ଦ ଶୁଣିବା ପରେ ସ୍ଥାନୀୟ ଅଞ୍ଚଳବାସୀ ଶିଶୁ କନ୍ୟାକୁ ଉଦ୍ଧାର କରି ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରଥିବା ବେଳେ ବର୍ତ୍ତମାନ ପିଲାଟିର ଚିକିତ୍ସା ଚାଲିଛି । ଶିଶୁଟିର ପରିଚୟ ମିଳିଥିବା ବେଳେ ଶିଶୁଟି ନୀଳଗିରି ବ୍ଲକର କଳାକାଦ ଗ୍ରାମର ରମେଶ ନାୟକଙ୍କ କନ୍ୟା ।

ସୂଚନା ଅନୁସାରେ, ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ କଳାକାଦ ଗ୍ରାମର ରମେଶ ନାୟକ ସେହି ଅଞ୍ଚଳର ୬ ନମ୍ବର ୱାର୍ଡ ମଙ୍ଗଳାସାହିରେ କିଛି ଦିନ ହବ ଭଡାରେ ରହୁଥିଲେ । ରମେଶ ପୂର୍ବରୁ ବିବାହିତ ଥିଲେ । ତାଙ୍କର ୨ଟି ସନ୍ତାନ ମଧ୍ୟ ଅଛି । ସେହି ଅଞ୍ଚଳର ଜଣେ ବିବାହିତ ମହିଳାଙ୍କ ତାଙ୍କ ସ୍ଵାମୀଠାରୁ ଅଲଗା ହୋଇ ଭଡାଘରେ ରହୁଥିଲେ । କିଛିଦିନ ତଳେ ତାଙ୍କ ସହ ରମେଶଙ୍କର ପ୍ରେମ ସମ୍ପର୍କ ଗଢିଉଠିଥିଲା । ରମେଶଙ୍କ ଠାରୁ ତାଙ୍କର ଏକ ପୁଅ ମଧ୍ୟ ଅଛି । ପରେ ଏହି ଶିଶୁ କନ୍ୟା ଜନ୍ମ ହେବା ପରେ ସେ କନ୍ୟାଟିକୁ ଅଲୋଡା କହି ନିଷ୍ପାପ ଶିଶୁଟିକୁ ପାହାଡ ନିକଟ ମସଜିଦ ନିକଟରେ ଛାଡିଆସିଥିଲେ । ପିଲାଟି କାନ୍ଦୁଥିବାର ଦେଖି ସ୍ଥାନୀୟ ଲୋକେ ଶିଶୁଟିକୁ ଉଦ୍ଧାର କରି ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ପରେ ଉତ୍ତମ ଚିକିତ୍ସା ପାଇଁ ଶିଶୁଟିକୁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

 

Leave A Reply

Your email address will not be published.