Latest Odisha News

BREAKING NEWS

ପୁଣି ନକ୍ସଲ- ସୁରକ୍ଷାକର୍ମୀ ମୁହାଁମୁହିଁ, ଏନକାଉଣ୍ଟରେ ମାଓ କ୍ୟାମ୍ପ ଧ୍ଵଂସ

ଛଡିଶଗଡ: ଛତିଶଗଡ କାଙ୍କେର ଜିଲ୍ଲାରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ । ବର୍ତ୍ତମାନ ପୁରା ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଥିବା ବେଳେ ଗୁଳି ବିନିମୟରେ ସେଠାରେ ଥିବା ମାଓ କ୍ୟାମ୍ପ ସମ୍ପୁର୍ଣ୍ଣ ଧ୍ଵଂସ ହୋଇଯାଇଥିବା ସୂଚନା ମିଳିଛି ।

ଛତିଶଗଡ କାଙ୍କେର ଜିଲ୍ଲା ଅନନ୍ତଗଡ ଜଙ୍ଗଲରେ କିଛି ନକ୍ସଲ କ୍ୟାମ୍ପ କରିଥିବା ସୂଚନା ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପୁରା ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ହୋଇଥିଲା । ସର୍ଚ୍ଚ ଅପରେସନ ବେଳେ ଉଭୟ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଦୀର୍ଘ ସମୟ ଧରି ଗୁଳିବିନିମୟ ଚାଲିଥିବା ବେଳେ ସୁରକ୍ଷାକର୍ମୀଙ୍କ ଦ୍ଵାରା ପୁରା ନକ୍ସଲକ୍ୟାମ୍ପ ଧ୍ଵଂସ ହୋଇଥିବା ସୂଚନା ମିଳିଛି । ତେବେ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଗତକାଲି ନାରାୟଣପୁରରେ ନକ୍ସଲମାନେ ହତ୍ୟାକାଣ୍ଡ ଘଟାଇଥିଲେ ଓ ଜଣେ ବିଜେପି ନେତାଙ୍କୁ ହତ୍ୟା କରିଥିଲେ ।

Leave A Reply

Your email address will not be published.