Latest Odisha News

କାର୍ଯ୍ୟକ୍ଷମ ହେଲା ବିଶ୍ୱର ସବୁଠାରୁ ବଡ ନ୍ୟୁକ୍ଲିୟର ଫ୍ୟୁଜନର ରିଆକ୍ଟର

ଟୋକିଓ: ଜାପାନର ନାକା ନର୍ଥରେ ବିଶ୍ୱର ସବୁଠାରୁ ବଡ ନ୍ୟୁକ୍ଲିୟର ରିଆକ୍ଟର କାର୍ଯ୍ୟକ୍ଷମ ହୋଇଛି । ବିଶ୍ୱର ସମସ୍ତ ପରମାଣୁ ଫିଜନରେ ଏହା ଚାଲିପାରିବ । ଏହି ନ୍ୟୁକ୍ଲିୟର ରିଆକ୍ଟରର ନାମ ଜେଟି-୬୦ଏସଏ ରଖାଯାଇଛି । ଅତ୍ୟାଧୂନିକ ସୁରକ୍ଷା ଶୈଳୀରେ ଏବଂ କାର୍ବନ ମୁକ୍ତ ଉର୍ଜା କିଭଳି ପ୍ରସ୍ତୁତ କରାଯାଇ ପାରିବ ସେଥିପାଇଁ ସମସ୍ତ ଉଦ୍ୟମ କରାଯାଇଛି । ଏହି ନ୍ୟୁକ୍ଲିୟର ଫ୍ୟୁଜନର କାର୍ଯ୍ୟକ୍ଷମତା ସଫଳ ହେଲେ ଅନ୍ୟ ଦେଶଗୁଡିକ ମଧ୍ୟ ଏହି ଶୈଳୀ ଆପଣାଇବେ ବୋଲି ଆଶା କରାଯାଉଛି । ଏଠାରେ ୨ ଅଣୁର କେନ୍ଦ୍ରକୁ ଏକତ୍ର କରାଯାଇ ଉର୍ଜା ସୃଷ୍ଟି କରାଯାଉଛି । ପୂର୍ବରୁ ଫିଜନରେ ଏହାର କେନ୍ଦ୍ର ଅଲଗା ରହୁଥିଲା । ଏହି ରିଆକ୍ଟରରେ ଉଚ୍ଚତା ୬ ମହଲା ବିଶିଷ୍ଟ ରହିଛି ।

ପ୍ଲାଜମାଗୁଡିକ ଏହା ମଧ୍ୟରେ ଗତିଶୀଳ ହେଲା ବେଳେ ତାପମାତ୍ରା ୨ କୋଟି ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପଂହଚି ପାରୁଛି । ୟୁରୋପିଆନ ୟୁନିୟନ ଓ ଜାପାନ ଏହାକୁ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି । ଫ୍ରାନ୍ସ ମଧ୍ୟ ଶକ୍ତିଶାଳୀ ପରମାଣୁ ରିଆକ୍ଟରର ପ୍ରସ୍ତୁତି ଆରମ୍ଭ କରି ଦେଇଛି । ହାଇଡ୍ରୋଜେନ କେନ୍ଦ୍ରରେ ହିଲିୟମକୁ ମିଶାଇଲେ ଏହା ସୂର୍ଯ୍ୟଙ୍କ ପରି ଉର୍ଜା ପ୍ରଦାନ କରିଥାଏ । ଜେଟି-୬୦ଏସଏ ନିର୍ମାଣ କରିବା ପାଇଁ ୨ ଦେଶ, ୫୦ କମ୍ପାନୀ ଓ ୫୦୦ ବୈଜ୍ଞାନିକ ଦିନରାତି ଏକ କରି ଦେଇଥିଲେ ।

Leave A Reply

Your email address will not be published.