Latest Odisha News

BREAKING NEWS

ଦୁନିଆର ପ୍ରଥମ କାଠ ସାଟେଲାଇଟ୍ ଲଞ୍ଚ କଲା ଜାପାନ

ଟୋକିଓ: ଜାପାନର ବୈଜ୍ଞାନିକମାନେ ବିଶ୍ୱର ପ୍ରଥମ ଉପଗ୍ରହ ଲଞ୍ଚ କରିଛି ଯାହାକି କାଠରେ ତିଆରି ହୋଇଛି। ଲିଗ୍ନୋସାଟ ନାମକ ଏହି ଉପଗ୍ରହକୁ ସ୍ପେସ୍ ଏକ୍ସ ରକେଟରେ ରଖାଯାଇ ମହାକାଶକୁ ପଠାଯାଇଥିଲା। ଏହି ଉପଗ୍ରହ କାଇଟୋ ବିଶ୍ୱବିଦ୍ୟାଳୟ ଏବଂ ଗୃହ ନିର୍ମାଣକାରୀ କମ୍ପାନୀ ସୁମିତୋମୋ Sumitomo Forestryଙ୍କ ମିଳିତ ଉଦ୍ୟମରେ ତିଆରି କରାଯାଇଛି। ଏହି ସାଟେଲାଇଟ୍ ଅନ୍ତରାଷ୍ଟ୍ରୀୟ ଅନ୍ତରୀକ୍ଷ ଷ୍ଟେସନ ପାଇଁ ଲଞ୍ଚ କରାଯାଇଛି।

ଲିଗ୍ନୋସାଟ ନାମ ଲାଟିନ୍ ଶବ୍ଦରୁ ଆସିଛି। ତେବେ ଆସନ୍ତା ସପ୍ତାହରେ ଏହାକୁ ସ୍ପେସ୍ ଷ୍ଟେସନରୁ ଛଡାଯିବ, ଯାହା ସେଠାର ଛଅ ମାସ ପର୍ଯ୍ୟନ୍ତ କକ୍ଷପଥରେ ରଖାଯିବ। ଏହା ଉପଗ୍ରହ ଆଇଏସଏସ ଉପରେ ରହି ମହାକାଶର ପ୍ରତିକୂଳ ପରିବେଶକୁ କେତେ ଭଲ ଭାବରେ ମୁକାବିଲା କରିପାରିବ ତାହା ପରୀକ୍ଷା କରିବ।

ଜାପାନର ପୂର୍ବତନ ଶଟଲ ମହାକାଶଚାରୀ ଟାକୋ ଡୋଇ କାଇଟୋ ବିଶ୍ୱବିଦ୍ୟାଳୟର ଗବେଷକ ଦଳର ଅଂଶ ଥିଲେ। ସେ କହିଛନ୍ତି  ଆମେ ଜାଣିବାକୁ ଚାହୁଁଛୁ ଯେ ମହାକାଶରେ କାଠର ବ୍ୟବହାର କରାଯାଇପାରିବ କି ନାହିଁ ଏବଂ ସେଥିପାଇଁ ଆମେ ଏହି କାଠ ଉପଗ୍ରହ ତିଆରି କରିଛୁ।

ବନ ବିଜ୍ଞାନ ପ୍ରଫେସର କୋଜି ମୁରାଟାଙ୍କ କହିବାନୁସାରେ, କାଠ ଭଲ ପ୍ରଦର୍ଶନ କରିପାରିବ, କାରଣ ସେଠାରେ ଏପରି କିଛି ନାହିଁ ଯାହାଦ୍ୱାରା ନିଆଁ ଲାଗିବାର ସମ୍ଭାବନା ଅଛି। ସେ ଆହୁରି ମଧ୍ଯ କହିଛନ୍ତି ଯେ ଏହି ଉପଗ୍ରହ ପାଇଁ ବ୍ୟବହୃତ କାଠ ଏକ ପ୍ରକାର ମାଗ୍ନୋଲିଆ ଗଛରୁ ଆସିଥାଏ ଯାହାର ନାମ ଜାପାନିଜ ହୋନୋକି। ଏହାକୁ ପୁନଃବ୍ୟବହାର କରିବା ସହଜ ଓ ଏହା ସହଜରେ ଭାଙ୍ଗେ ନାହିଁ।

 

Comments are closed.