Latest Odisha News

ବିଶ୍ୱର ଅଧିକ ବର୍ଷ ଯାଏ ବଂଚି ରହିଥିବା ଯମଜ ଯୋଡା ଭାଇଙ୍କର ପରଲୋକ

ଡେଟନ: ଆମେରିକାରେ ଉହିଓରେ ରହୁଥିବା ରୋନୀ ଓ ଡୋନୀ ଗେଲନ ଯୋଡାଭାଇଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ସେମାନଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ବିଶ୍ୱରେ ସବୁଠାରୁ ଅଧିକ ବୟସ ବଂଚିବାରେ ଏହି ଯମଜ ଯୋଡା ଭାଇ ରେକର୍ଡ କରିଥିଲେ । ଗୋଟିଏ ପେଟରେ ଦୁଇ ଭାଇଙ୍କ ଶରୀର ଯୋଡି ହୋଇ ରହିଥିଲା । ୨୮ ଅକ୍ଟୋବର ୧୯୫୧ରେ ଏହି ଦୁଇ ଭାଇଙ୍କ ଜନ୍ମଗ୍ରହଣ ହୋଇଥିଲା ।

ସେମାରେ ଆମେରିକାର ଚେଙ୍ଗ ଓ ଆଙ୍ଗ ବଙ୍କରଙ୍କ ନାଁରେ ଥିବା ସର୍ବାଧିକ ବୟସ ବଂଚିବା ରେକର୍ଡ ୨୦୧୪ରେ ଭାଙ୍ଗିଥିଲେ । ପିଲାବେଳୁ ଉଭୟ ସବୁ କଥାରେ ପରସ୍ପରକୁ ସାହାଯ୍ୟ କରୁଥିଲେ । ଯାହା ସେମାନଙ୍କ ଜୀବନ ବଂଚିବା ଶୈଳୀକୁ ସହଜ କରି ଦେଇଥିଲା । ଏବେ କିଛି ଦିନ ଧରି ସେମାନେ ଅସୁସ୍ଥ ରହିଥିବାରୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଶତଚେଷ୍ଟା ସତ୍ୱେ ସେମାନଙ୍କୁ ବଂଚାଇବା ସମ୍ଭବପର ହୋଇ ନ ଥିଲା ।

Leave A Reply

Your email address will not be published.