ଓଡିଶା ସମ୍ବାଦ ବ୍ୟୁରୋ: ପ୍ରତି ଭାରତୀୟଙ୍କ ରୋଷେଇ ଘରେ ସୋରିଷ ତେଲ ବ୍ୟବହାର ହୋଇଥାଏ । ସୋରିଷ ତେଲ ସ୍ୱାସ୍ଥ୍ୟ ପାଇଁ ବହୁତ୍ ଲାଭଦାୟକ ହେବା ସହିତ, ତ୍ୱଚା ଏବଂ କେଶ ପାଇଁ ମଧ୍ୟ ବହୁତ ଉପକାରୀ ହୋଇଥାଏ । ଆଜିକାଲି ଅନେକ ପୁରୁଷ ଏବଂ ମହିଳାଙ୍କ କ୍ଷେତ୍ରରେ କେଶ ଝଡିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖା ଦେଉଛି। ଏହି ସମସ୍ୟାର ସମ୍ମୁଖୀନ କରୁଥିବା ଲୋକଙ୍କ ପାଇଁ ଏହା ଚିନ୍ତାର କାରଣ ସାଜିଥାଏ । ତେଣୁ ଏଥିପାଇଁ ଅନେକ ଡାକ୍ତରଙ୍କ ପରାମର୍ଶ ନେବା ସହିତ , ବିଭିନ୍ନ ଉପାୟ ଆପଣାଇ ଥାଆନ୍ତି । ତେବେ ଆସନ୍ତୁ ଜାଣିବା କେଶ ପାଇଁ ସୋରିଷ ତେଲର ଉପକାରିତା ସମ୍ପର୍କରେ ।
ସୋରିଷ ତେଲ କେଶକୁ ମଜବୁତ୍ କରିବା ସହିତ, କେଶରେ ଚମକ ଆଣିବାରେ ସାହାଯ୍ୟ କରେ । ରାତିରେ ଶୋଇବା ପୂର୍ବରୁ ଏକ ଲୁହା ପାତ୍ରରେ ସୋରିଷ ତେଲ ଏବଂ ମେଥି ଦାନା ପକାଇ ଗୋଟେ ରାତି ରଖିବେ । ପରଦିନ ସକାଳେ ଗ୍ୟାସରେ ଲୁହା କଡେଇ ବସେଇ, ରାତିରେ ରଖିଥିବା ସାରିଷ ତେଲ ଏବଂ ମେଥି ଦାନାକୁ ପକାଇ ୫ ରୁ ୬ ମିନିଟ ଯାଏଁ ଫୁଟାଇବେ । ଏହି ମିଶ୍ରଣ କଳା ହୋଇ ଆସିଲେ ଗ୍ୟାସ ବନ୍ଦ କରି ତେଲକୁ ଥଣ୍ଡା ହେବାକୁ ଛାଡିବେ । ତେଲ ଥଣ୍ଡା ହେବା ପରେ ଏକ କାଚ ଜାରରେ ଏହାକୁ ଛାଣି ରଖିବେ । ଏହି ତେଲକୁ ନେଇ କେଶ ମୂଳ ଏବଂ କେଶରେ ଲଗାଇ ୫ ରୁ ୧୦ ମିନିଟ ଯାଏଁ ହାଲକା ହାତରେ ମସାଜ କରିବେ । ଏହାପରେ କିଛି ସମୟ ଏହାକୁ ଏପରି ଭାବରେ ଛାଡ଼ିଦେବେ l ପରଦିନ କେଶକୁ ଶାମ୍ପୁ କରି ଧୋଇବେ । ଏପରି ସପ୍ତାହକୁ ୨ ରୁ ୩ ଥର କରିବା ଦ୍ୱାରା, ଧିରେଧିରେ କେଶ ଝଡିବା କମ ହେବା ସହିତ, କେଶରେ ଚମକ ଆସିଥାଏ ।
BREAKING NEWS
- ଜାତିସଂଘ ଉପରେ ବିଶ୍ୱାସ ଅଛି, ଟ୍ରମ୍ପଙ୍କ ଶାନ୍ତି ବୋର୍ଡ ଦରକାର ନାହିଁ: ସ୍ପେନ
- ରାଉରକେଲା ବିମାନ ଦୁର୍ଘଟଣା: ପାଇଲଟ ତରୁଣ ଶ୍ରୀବାସ୍ତବ ସୁସ୍ଥ ହୋଇ ଫେରିଲେ
- ସୁଯୋଗ ହାତଛଡା କରୁଛନ୍ତି ସଞ୍ଜୁ ସାମସନ
- ‘Border 2’ ରିଲିଜ ପରେ ମନକଥା କହିଲେ ଦିଲଜିତ୍…
- ଫିଟ ଅଛନ୍ତି ତ ବୁମରାହ, ଚିନ୍ତା ବଢ଼ାଇଲା
- Maoists Surrender: ୪୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ୯ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ
- ବିଜେଡି ଛାଡ଼ି ବିଜେପିରେ ମିଶିଲେ ପାଟଣାଗଡ଼ ଏନ୍ଏସି ଉପାଧ୍ୟକ୍ଷଙ୍କ ସମେତ ୭ କାଉନ୍ସିଲର
- ଧାନ ସଂଗ୍ରହରେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାଗୁଡ଼ିକ ବହୁତ ପଛରେ: ବିଜେଡି
- ଦୁନିଆରେ ମାନବ ସମାଜ ଠାରୁ ଅଧିକ ହେବ ରୋବୋଟ ସଂଖ୍ୟା..
- ବାଂଲାଦେଶ ବିପକ୍ଷରେ ଆଇସିସି ନେଇପାରେ କଠୋର କାର୍ଯ୍ୟାନୁଷ୍ଠାନ
Comments are closed.