Latest Odisha News

BREAKING NEWS

ଆଇପିଏଲ ୨୦୨୩ ସଂସ୍କରଣରୁ ଓହରିଲେ ବୁମରାହ

ମୁମ୍ବାଇ: ଆଇପିଏଲ ୨୦୨୩ ଆରମ୍ଭ ନ ହେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସକୁ ଶକ୍ତ ଧକା ଲାଗିଛି । ଦଳର ଷ୍ଟାର ପେସର ଯଶପ୍ରୀତ ବୁମରାହ ଆଘାତ ସମସ୍ୟା ଯୋଗୁ ଓହରି ଯାଇଛନ୍ତି । ରିପୋର୍ଟ ମୁତାବକ ତାଙ୍କ ପିଠିରେ ଅସ୍ତ୍ରୋପଚାର ହେବ । ପିଠି ସମସ୍ୟା ଯୋଗୁ ସେ ଗତ ବର୍ଷ ଏସିଆ କପ ଏବଂ ପରେ ଟି୨୦ ବିଶ୍ୱକପରୁ ଓହରି ଯିବା ପାଇଁ ବାଧ୍ୟ ହୋଇଥିଲେ । ସେହିପରି ଭାରତ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିବା ନିଶ୍ଚିତ ହୋଇ ସାରିଛି । ଏଥିରେ ମଧ୍ୟ ବୁମରାହ ଖେଳିପାରିବେ ନାହିଁ । ଦିନିକିଆ ବିଶ୍ୱକପକୁ ଆଖି ଆଗରେ ରଖି ବିସିସିଆଇ ବୁମରାହଙ୍କୁ ନେଇ କୌଣସି ପ୍ରକାରର ରିସ୍କ ଉଠାଇବାକୁ ଚାହୁଁ ନାହିଁ ।

ଅକ୍ଟୋବର-ନଭେମ୍ବରରେ ଭାରତରେ ଏହି ମେଗା ଇଭେଂଟ ଆୟୋଜିତ ହେବ । ଏନସିଏ ମଧ୍ୟ ବୁମରାହ ଉପରେ ଏ ନେଇ କଡା ନଜର ରଖିଛି । ସେ ଓହରିଯିବା ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ ଲାଇନ ଅପ ଅପେକ୍ଷାକୃତ ଦୁର୍ବଳ ହୋଇ ପଡିଛି । ପିଠି ସମସ୍ୟା ଯୋଗୁ ବୁମରାହ ୩/୪ ବର୍ଷ ହେବ ଟିମର ନିୟମିତ ଖେଳାଳି ହୋଇପାରୁ ନାହାନ୍ତି ।

Leave A Reply

Your email address will not be published.