ନୂଆଦିଲ୍ଲୀ: ଏକ ହତ୍ୟା ମାମଲାରେ ଫେରାର୍ ଥିବା ଅଲିମ୍ପିକ ପଦକ ବିଜେତା ତଥା କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ସୁଶୀଲର ସହଯୋଗୀଙ୍କୁ ବି କବଜାକୁ ନେଇଛି ।
A team of Special Cell SR led by Inspector Shivkumar, Inspector Karambir & supervised by ACP Attar Singh has arrested Sushil Kumar & Ajay from Mundka area of Delhi in connection with the killing of 23-year-old Sagar Rana at Chhatrasal Stadium: Delhi Police
— ANI (@ANI) May 23, 2021
କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ଏକ ହତ୍ୟା ମାମଲାରେ ଗିରଫ କରିବା ପାଇଁ ପୋଲିସ ପଞ୍ଜାବର ଭଟିଣ୍ଡା, ମୋହାଲି ସମେତ କେତେକ ରାଜ୍ୟରେ ଲଗାତାର୍ ରେଡ୍ କରିଥିଲା । ଦିଲ୍ଲୀର କେତେକ ସ୍ଥାନରେ ମଧ୍ୟ ଚଢ଼ାଉ କରିଥିଲା ଦିଲ୍ଲୀ ପୋଲିସ । ତଥାପି ସୁଶୀଲ କୁମାର ଧରାପଡ଼ି ନଥିଲେ ।
ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାର ପେଶାଦାର ଅପରାଧୀ ଭଳି ପୋଲିସକୁ ଚକମା ଦେଉଥିଲେ । ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲର ବରିଷ୍ଠ ଇନ୍ସପେକ୍ଟର ଶିବକୁମାର, ଇନ୍ସପେକ୍ଟର କରମବୀର ଏବଂ ଏସିପି ଅତର ସିଂଙ୍କ ଟିମ୍ କୁସ୍ତିଯୋଦ୍ଧା ସୁଶୀଲ କୁମାର ଓ ଅଜୟଙ୍କୁ ଗିରଫ କରିଛି । ଉଭୟଙ୍କୁ ଦିଲ୍ଲୀର ମୁଣ୍ଡକା ଅଞ୍ଚଳରୁ ଗିରଫ କରିଛି ପୋଲିସ । ଛତ୍ରାସାଲ ଷ୍ଟାଡିୟମରେ ୨୩ ବର୍ଷୀୟ ସାଗର ରଣା ହତ୍ୟା ମାମଲାରେ ସୁଶୀଲ କୁମାର ଗିରଫ ହୋଇଛନ୍ତି ।
Comments are closed.