Latest Odisha News

BREAKING NEWS

ରେସଲରଙ୍କ ଅଭିଯୋଗର ତଦନ୍ତ ପାଇଁ ଆଇଓଏ ଗଠନ କଲା ୭ଜଣିଆ କମିଟି

ନୂଆଦିଲ୍ଲୀ: ରେସଲର ଓ ଡବ୍ଲ୍ୟୁଏଫଆଇ ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ମଧ୍ୟରେ ଉପୁଜିଥିବା ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । କ୍ରୀଡା ମନ୍ତ୍ରୀଙ୍କ ବାସଭବନରେ ରେସଲର, ମନ୍ତ୍ରୀ ଓ ଅଧିକାରୀଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରୀ ରହିଛି । ଇତି ମଧ୍ୟରେ ରେସଲର କରିଥିବା ଯେନ ନିର୍ଯ୍ୟାତନା ଓ ହତ୍ୟା ଧମକ ପରି ମାମଲାର ତଦନ୍ତ ପାଇଁ ଭାରତୀୟ ଅଲିମ୍ପିକ ଆସୋସିଏଶନ ଏକ ୭ଜଣିଆ କମିଟି ଗଠନ କରିଛି । ଏହି କମିଟିରେ ବକ୍ସର ମେରୀ କମ, ଡୋଲା ବାନାର୍ଜୀ, ଅଳକାନନ୍ଦା ଅଶୋକ, ଯୋଗେଶ୍ୱର ଦତ, ସହଦେବ ଯାଦବ ଓ ୨ଜଣ ଓକିଲ ସାମିଲ । ତଦନ୍ତ ପରେ ଅଧ୍ୟକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଚିନ୍ତା କରାଯିବ ।

ଅପରପକ୍ଷରେ ମୁଁ ମୁହଁ ଖୋଲିଲେ ଝଡ ସୃଷ୍ଟି ହେବ ବୋଲି ବ୍ରିଜଭୂଷଣ କହିଛନ୍ତି । ତେବେ ଏ ସମ୍ପର୍କରେ ସେ ଡକାଇଥିବା ପ୍ରେସ ମିଟର ଟାଇମ ୫ଥର ବଦଳାଇବା ସତ୍ୱେ ଏହାକୁ ଆରମ୍ଭ କରିପାରି ନାହାନ୍ତି । ସୂଚନାଯୋଗ୍ୟ, ବିନେଶ ଫୋଗଟଠାରୁ ଆରମ୍ଭ ଅନ୍ୟ ଷ୍ଟାର ରେସଲର ବ୍ରିଜଭୂଷଣଙ୍କୁ ହଟାଇବା ପାଇଁ ଜିଦ ଧରି ବସିଛନ୍ତି ।

Leave A Reply

Your email address will not be published.