Latest Odisha News

BREAKING NEWS

ଏଲଏସିରେ ମୁତୟନ ଚୀନ ସୈନିକଙ୍କ ସହ କଥା ହୋଇ ଯୁଦ୍ଧ ପ୍ରସ୍ତୁତିର ସମୀକ୍ଷା କଲେ ଜିନପିଙ୍ଗ

ନୂଆଦିଲ୍ଲୀ: ଲଦାଖ ଏଲଏସିରେ ଭାରତ-ଚୀନ ମଧ୍ୟରେ ଉତ୍ତେଜନା ଥମୁନି । ସେପଟେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଯୁଦ୍ଧ ପ୍ରସ୍ତୁତି ନେଇ ସୈନିକଙ୍କ ସହ ଆଲୋଚନା କରିଛନ୍ତି । ଶୁକ୍ରବାର ଚୀନର ସରକାରୀ ଗଣମାଧ୍ୟମ ଏ ସୂଚନା ଦେଇଛି ।

ପିଏଲଏ ମୁଖ୍ୟାଳୟରୁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଶିନଜିୟାଙ୍ଗ ସୈନ୍ୟ କମାଣଙ୍କୁ ସମ୍ବୋଧିତ କରିଛନ୍ତି । କହିଛନ୍ତି, କୌଣସି ପ୍ରକାରେ ବର୍ଷ ବର୍ଷ ଧରି ସୀମାରେ ସ୍ଥିତି ବଦଳୁଛି ଯାହାଦ୍ୱାରା ସେନା ପ୍ରଭାବିତ ହୋଇଛି ।

ଯାହାର ଜବାବରେ ଯବାନ କହିଥିଲେ, ଏବେ ୨୪ ଘଣ୍ଟା ସୀମା ଉପରେ ନଜର ରଖା ଯାଇଥିବା ରିପୋର୍ଟରେ କୁହା ଯାଇଛି । ସି ଜିନପିଙ୍ଗ, ସୈନିକଙ୍କୁ ପ୍ରୋତ୍ସାହିତ କରିବାକୁ ଯାଇ ପ୍ରଶଂସା କରି ପ୍ରୟାସ ଜାରି ରଖିବାକୁ କହିଛନ୍ତି ।

୨୦୨୦ ମେରୁ ଲଦାଖ ନିକଟ ପ୍ୟାଙ୍ଗୋଗ ହ୍ରଦ ନିକଟରେ ଭାରତ ଓ ଚୀନ ସୈନିକ ମୁହାଁମୁହିଁ ହୋଇଥିଲେ । ଯାହା ପରେ ଦୁଇ ଦେଶର ସେନା ମଧ୍ୟରେ ୧୭ଥର ଉଚ୍ଚସ୍ତରୀୟ ବୈଠକ ବସିଥିଲେ ମଧ୍ୟ ସ୍ଥିତି ସୁଧୁରୁ ନାହିଁ ।

Leave A Reply

Your email address will not be published.