ନୂଆଦିଲ୍ଲୀ: ଦୃଢ ଇଛାଶକ୍ତି ଥିଲେ ସବୁକିଛି ସମ୍ଭବ । ଏମିତି ଜଣେ ଯୁବକ ହୀରାରେ ଏକ ହାତଘଣ୍ଟା ତିଆରି କରି ନିଜ ନାମକୁ ଗିନିଜ୍ ବୁକ୍ ଅଫ ୱାର୍ଲ୍ଡ ରେକର୍ଡ଼ରେ ସ୍ଥାନିତ କରିପାରିଛନ୍ତି । ସେ ଯେଉଁ ଘଣ୍ଟା ତିଆରି କରିଛନ୍ତି, ତାହା ଦେଖିବାକୁ କୌଣସି ଅଳଙ୍କାରଠାରୁ ବି କମ୍ ନୁହେଁ ।
ମିରଟରେ ରହିଛି ରେନାନୀ ଜୁଏଲର୍ସ । ଦୋକାନ ମାଲିକଙ୍କ ଲକ୍ଷ୍ୟ କିଛି ନୂଆ କରିବା ଓ ନିଜର ପରିଚୟ ସୃଷ୍ଟି କରିବା । ସେହି ଲକ୍ଷ୍ୟ ପୂରଣ କରିବାକୁ ଯାଇ ସେ ଏକ ଘଣ୍ଟା ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ ଗୋଟିଏ କି ଦୁଇଟି ନୁହେଁ ୧୭,୫୨୪ଟି ହୀରା ଖଞ୍ଜିଛନ୍ତି । ଏହା ଦୁନିଆର ସବୁଠାରୁ ଅଧିକ ହୀରା ଖଞ୍ଜିତ ହୋଇଥିବା ଘଣ୍ଟା । ଏମିତି କି ଏତେ ପରିମାଣର ହୀରା ଖଞ୍ଜା ଯାଇ କୌଣସି ଜିନିଷ ପ୍ରସ୍ତୁତ ହୋଇନାହିଁ । ଏହି ଘଣ୍ଟାରେ ୧୨ଟି କଳା ହୀରା ମଧ୍ୟ ଲଗାଇଛନ୍ତି, ଯାହା ଘଣ୍ଟାର ଡ଼ିଜାଇନକୁ ଦ୍ୱିଗୁଣିତ କରିଦେଇଛି । ଘଣ୍ଟାରେ ଲାଗିଥିବା ମୋଟ ହୀରାର ପରିମାଣ ୩୭୩.୩୦ ଗ୍ରାମ ହୋଇଥିବା ବେଳେ ଏହାକୁ ଜଣେ ନିୟମିତ ଭାବେ ପିନ୍ଧିପାରିବ । ଅର୍ଥାତ୍ ଏଥିରୁ କୌଣସି ହୀରା ଖସିପଡ଼ିବାର ସମ୍ଭାବନା ନାହିଁ । ଏଥିରେ ଲଗାଯାଇଥିବା ହୀରାର ବାସ୍ତବତା ଯାଞ୍ଚ କରିଛି ଆନ୍ତର୍ଜାତୀୟ ଜେମୋଲୋଜିକାଲ୍ ଇନଷ୍ଟିଚ୍ୟୁଟ୍ । ଜୁଏଲର୍ସର ମାଲିକ ରେନାନୀ ଏହି ଘଣ୍ଟାର ନାମ ଶ୍ରୀନ୍କିଆ ରଖିଛନ୍ତି, ଯାହାର ଅର୍ଥ ଶୁଭଙ୍କର ଘଣ୍ଟା । ଘଣ୍ଟାରେ ଅଧିକ ହୀରା ଖଞ୍ଜି ଥିବାରୁ ତାଙ୍କ ନାମ ଗିନିଜ୍ ୱାର୍ଲ୍ଡ ରେକର୍ଡ଼ରେ ସ୍ଥାନିତ ହୋଇଛି ।
BREAKING NEWS
- Opposition Stages Symbolic Procession: ବିଧାନସଭାରେ କାହାର ଉଠିଲା ‘କୋକେଇ’?, ‘ରାମ ନାମ ସତ୍ୟ ହେ’ ଧ୍ୱନିରେ ପ୍ରକମ୍ପିତ ହେଲା ପରିସର
- Jag Laadki Tanker Reaches Gujarat: ଚାଲିଛି ଯୁଦ୍ଧ, ଭାରତରେ ପହଞ୍ଚୁଛି ଜାହାଜ ପରେ ଜାହାଜ
- ସୁଦର୍ଶନ ପଟ୍ଟନାୟକ ହେଲେ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ୍ ଆମ୍ଵାସଡର
- ରଣକ୍ଷେତ୍ର ପାଲଟିଲା ବିଜେବି କଲେଜ ହଷ୍ଟେଲ, ଘଣ୍ଟାଏ ଧରି ପଥର ମାଡ଼
- ଆଗମୀ ୩ ଘଣ୍ଟା ପାଇଁ କାଳବୈଶୀ ସତର୍କତା, ଏହି ସବୁ ଜିଲ୍ଲାକୁ ଝଡ଼ବର୍ଷା ଆଲର୍ଟ
- Jagannath Temple: ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
- ରାଜ୍ୟରେ ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଛି ତାପମାତ୍ରା, ହିଟ୍ୱେଭ୍ SOP ଜାରି
- ରେଢ଼ାଖୋଲରେରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର
- ଅନଧିକୃତ ଏବଂ ବେଆଇନ୍ ବିଦ୍ୟୁତ ପୁନଃ ସଂଯୋଗ ବିରୋଧରେ ଟିପିଏସ୍ଓଡିଏଲର ଦୃଢ଼ କାର୍ଯ୍ୟାନୁଷ୍ଠାନ
- ଭାରତ ସରକାରଙ୍କ ପକ୍ଷରୁ କଳିଙ୍ଗନଗର ସ୍ଥିତ ନୀଳାଚଳ ଇସ୍ପାତର ସମ୍ପସ୍ରାରଣକୁ ମିଳିଲା ପରିବେଶ ମଞ୍ଜୁରୀ
Comments are closed.