Latest Odisha News

BREAKING NEWS

ପ୍ରତିଷ୍ଠିତ ସାହିତ୍ୟିକ ମଙ୍ଗଳୁ ଚରଣ ବିଶ୍ୱାଳଙ୍କ ପରଲୋକ

ସମ୍ବଲପୁର : ପ୍ରତିଷ୍ଠିତ ଲେଖକ, ସାହିତ୍ୟିକ ମଙ୍ଗଳୁ ଚରଣ ବିଶ୍ବାଳଙ୍କ ମଙ୍ଗଳବାର ସକାଳେ ପରଲୋକ ହୋଇଯାଇଛି। ସେ କିଛିଦିନ ହେବ ଅସୁସ୍ଥ ଥିଲେ। ପରଲୋକ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ସମ୍ବଲପୁର ଜିଲ୍ଲା ମୋ ନଶ୍ବର ବ୍ଲକ୍ ବାରଡୁଙ୍ଗୁରୀସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି।

ଦୀର୍ଘ ଦିନ ହେଲା ଘରେ ଶଯ୍ୟାଶାୟୀ ଥିଲେ ମଙ୍ଗଳୁ ଚରଣ । ସମ୍ବଲପୁରୀ ସାହିତ୍ୟରେ ତାଙ୍କର ଅବଦାନ ବେଶ୍‌ ଅତୁଳନୀୟ ଥିଲା। ୧୯୮୧ରେ ସେ ଲେଖିଥିବା ସମ୍ବଲପୁରୀ ନାଟକ ଭୁଖା ବହୁ ପ୍ରସିଦ୍ଧି ତଥା ଲୋକପ୍ରିୟତା ହାସଲ କରିଥିଲେ। ଏହା ସମ୍ବଲପୁରୀ ସାହିତ୍ୟକୁ ନୂଆ ଦିଗଦର୍ଶନ ଦେଇଥିଲା।ତାଙ୍କ ଦ୍ବାରା ଲିଖିତ ନାଟକ ‘ଭୂଖା’ ପରବର୍ତ୍ତୀ ଚଳଚ୍ଚିତ୍ରର ରୂପ ନେଇଥିଲା। ଏହା ଜାତୀୟ ପୁରସ୍କାର ମଧ୍ୟ ହାସଲ କରିଥିଲା।

ମେ ୪ ତାରିଖ ୧୯୩୪ରେ ଜନ୍ମ ଗ୍ରହଣ କରିଥିବା ସ୍ବର୍ଗତ ବିଶ୍ବାଳ ଏକାଧିକ ନାଟକ, କବିତା ଓ ଗପ ରଚନା କରି ଉଭୟ ଓଡ଼ିଆ ଓ ସମ୍ବଲପୁର ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି। ପ୍ରମୁଖ ସାହିତ୍ୟକୃତି ମଧ୍ୟରେ ଜୀବନୀ ପୁସ୍ତକ ହଜିଲା ଦିନ, କବିତା ପୁସ୍ତକ ଦରିଆ ପାରିର କବିତା, ମା’ ସମଲେଇ ପ୍ରମୁଖ ପାଠକଙ୍କ ମହଲରେ ବେଶ୍ ଆଦୃତ ହୋଇଥିଲା।

Leave A Reply

Your email address will not be published.