Latest Odisha News

ପରପାରିରେ ସାହିତ୍ୟିକ ତପନ ପଟ୍ଟନାୟକ

ଭୁବନେଶ୍ବର : ଆଉ ନାହାନ୍ତି ବିଶିଷ୍ଟ କବି, ଗୀତିକାର, ଔପନ୍ୟାସିକ ତଥା ପ୍ରକାଶକ ତପନ ପଟ୍ଟନାୟକ। ଅସୁସ୍ଥତା କାରଣରୁ କିଛି ଦିନ ଧରି ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ  ୭୨ ବର୍ଷ ବୟସ ହୋଇଥିଲା।

ମୁଁ ଆସିଛି ଦେଖି ତୋ କଳା ବଦନକୁ ଗୀତ ମାଧ୍ୟମରେ ସେ ପ୍ରତିଟି ଓଡ଼ିଆ ପରିବାରର ପ୍ରିୟ ଗୀତିକାର ଭାବରେ ପରିଚିତି ଲାଭ କରିଥିଲେ।

ଶୂନ୍ଯକାଳ, ଶୂନ୍ୟ ଧାନକ୍ଷେତ,  ଅରଣ୍ୟ ଗହନ ପଥ, ମଗ୍ନ ମୌନ ଆଦି ପୁସ୍ତକର ସ୍ରଷ୍ଟା ଭାବରେ ଓଡ଼ିଆ ବାଣୀ ଭଣ୍ଡାରକୁ ସେ ସମୃଦ୍ଧ କରିଥିଲେ। ତାଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟ ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି।

Comments are closed.