Latest Odisha News

BREAKING NEWS

ଆଜିଓ ନେଇ ଆସିଛି ଭାରତର ହଟେଷ୍ଟ ଫ୍ୟାସନ ସେଲ୍‌ : ଆଜିଓ ବିଗ୍ ବୋଲ୍ଡ ସେଲ୍‌

ମୁମ୍ବାଇ : ଗ୍ରାହକଙ୍କ ପାଇଁ ଅକ୍ସକ୍ଲ୍ୟୁସିଭ୍ ଅଫର । ଭାରତର ଅଗ୍ରଣୀ ଅନଲାଇନ୍ ଫ୍ୟାସନ ଇ-ରିଟେଲର ଏବଂ ନୂତନ ଟ୍ରେଣ୍ଡ୍‌, ସଦ୍ୟତମ ଷ୍ଟାଇଲ୍ ଓ ହାଇ-ଅନ୍ ଫ୍ୟାସନ ପାଇଁ ଲୋକପ୍ରିୟ ଆଜିଓ ନେଇ ଆସିଛି ବିଗ୍ ବୋଲ୍ଡ ସେଲ୍‌ । ଯେଉଁଥିରେ ୬ ଲକ୍ଷରୁ ଅଧିକ ଷ୍ଟାଇଲ୍ ଓ ୨୫୦୦ରୁ ଅଧିକ ବ୍ରାଣ୍ଡ୍ ରହିଥିବା ବିଶାଳ କ୍ୟାଟ୍‌ଲଗ୍ ସହିତ ୫୦% ରୁ ୯୦% ପର୍ଯ୍ୟନ୍ତ ରିହାତି ଉପଲବ୍ଧ ହେଉଛି ।

BjdElectrycity

ଏହି ଆକର୍ଷଣୀୟ ସେଲରେ ଅନେକ ଅଫର ପ୍ରଦାନ କରାଯାଉଛି । କମ ଦାମ୍, ସ୍ବତନ୍ତ୍ର ଘଣ୍ଟିକିଆ ଡିଲ୍‌, ଉପହାର ଓ ପଏଣ୍ଟ ଅର୍ଜନ ସହିତ ସାରା ଦେଶର ଗ୍ରାହକଙ୍କ ପାଇଁ ଆଜିଓ ବିଗ୍ ବୋଲ୍ଡ ସେଲ୍‌ରେ ବିଶ୍ୱର ଲୋକପ୍ରିୟ ବ୍ରାଣ୍ଡ୍ ଯଥା ନାଇକ୍‌, ପ୍ୟୁମା, ଆଦିଦାସ୍‌, ଲିଭାଇସ୍‌, ୟୁନାଇଟେଡ୍ କଲର୍ସ ଅଫ୍ ବେନେଟନ୍ ଏବଂ ଆହୁରି ଅନେକ ବ୍ରାଣ୍ଡ୍ ଆକର୍ଷଣୀୟ ଅଫର ସହିତ ଉପଲବ୍ଧ ରହିଛି । ଏହି ବିଶାଳ ଉତ୍ସବରେ ପ୍ରସିଦ୍ଧ ଫ୍ୟାସନିଷ୍ଟ ଅଭିନେତ୍ରୀ ସୋନମ୍ କପୁର ଓ ଲୋକପ୍ରିୟ ତାରକା ଗୁରୁ ରନ୍ଧାୱା, ଶ୍ରୁତି ହସନ୍‌, କାଜଲ ଅଗ୍ରୱାଲ୍ ଓ ମୌନି ରଏ ଆଦି ଫ୍ୟାସନ୍‌କୁ ଆହୁରି ଆକର୍ଷଣୀୟ କରୁଥିବା ଦେଖିବାକୁ ମିଳିବ ।

ଏହି ସେଲ୍‌ରେ ସଭିଁଙ୍କ ପାଇଁ କିଛି ନା କିଛି ରହିଛି । ଏହା ଜରିଆରେ ଜଣେ ଗ୍ରାହକ ନୂତନ ଷ୍ଟାଇଲକୁ କମ୍ ମୂଲ୍ୟରେ ପାଇପାରିବେ । ଯେଉଁଥିରେ ୫୦% ରୁ ୯୦% ପର୍ଯ୍ୟନ୍ତ ଛାଡ଼ ରହିଛି । ଏହାସହ ଲୋକପ୍ରିୟ ବର୍ଗ ଯଥା ଟି-ସାର୍ଟ, ଜିନ୍ସ, କୁର୍ତ୍ତା ଓ ସ୍ନିକରରେ ଅତୁଳନୀୟ ଡିଲ୍‌ର ସୁଯୋଗ ମଧ୍ୟ ରହିଛି । ଆକର୍ଷଣୀୟ ମୂଲ୍ୟ ବ୍ୟତୀତ, ଆଜିଓ ମଧ୍ୟ ଏହି ସେଲ୍ ଅବଧିରେ ଅନେକ ଗୁଡ଼ିଏ ଆନ୍ତର୍ଜାତିକ ବ୍ରାଣ୍ଡର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।

ବର୍ତ୍ତମାନ ଦେଶର ଲୋକପ୍ରିୟ ଅନ୍‌ଲାଇନ୍ ଫ୍ୟାସନ୍ ପ୍ଲାଟଫର୍ମରେ ପରିଣତ ହୋଇଛି ଆଜିଓ । ଯେଉଁଥିରେ ପୁରୁଷ ଓ ମହିଳାମାନଙ୍କ ପାଇଁ ଅନେକ ଗୁଡ଼ିଏ ସ୍ବତନ୍ତ୍ର ପୋଷାକ ଓ ଆନୁଷଙ୍ଗିକ ସାମଗ୍ରୀ କଲେକ୍ସନର ସମ୍ଭାର ରହିଛି । ଏହି ଅଫର ଜୁଲାଇ ପହିଲାରୁ ୫ ଜୁଲାଇ ପର୍ଯ୍ୟନ୍ତ ଜାରି ରହିବ । ଏବଂ ଅନ୍‌ଲାଇନ୍ ସପିଙ୍ଗ୍ ପାଇଁ ଏକ ଉତ୍କୃଷ୍ଟ ସୁଯୋଗ ପ୍ରଦାନ କରିବ ।

Leave A Reply

Your email address will not be published.