ଭୁବନେଶ୍ୱର: ଇଂଲଣ୍ଡର ସାଉଥାମ୍ପଟନରେ ଆଉ କିଛି ଘଂଟା ପରେ ଆରମ୍ଭ ହୋଇଯିବ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ କ୍ରିକେଟର ଫାଇନାଲର ମ୍ୟାଚ । ବିଶ୍ୱ କ୍ରିକେଟର ଦୁଇ ଶକ୍ତିଶାଳୀ ଟିମ୍ ଭାରତ ଏବଂ ନ୍ୟୁଜିଲାଣ୍ଡ ଆମ୍ନା ସାମ୍ନା ହେବେ । ନ୍ୟୁଜିଲାଣ୍ଡ ଫର୍ମ ଏବଂ ଆଇସିସି ଇଭେଂଟରେ ଭାରତ ବିପକ୍ଷରେ ଭଲ ପ୍ରଦର୍ଶନ ଯୋଗୁ ସେମାନଙ୍କ ପଲା ମାନସିକସ୍ତରରେ କିଛି ମାତ୍ରାରେ ଭାରୀ ରହିଛି । ବିରାଟ କୋହଲିଙ୍କ ଆଟାକିଂ ଶୈଳୀ ନେତୃତ୍ୱ ଏବଂ କେନ ୱିଲିୟମସନଙ୍କ ଡିଫେନ୍ସିଭ ଷ୍ଟାଇଲ ମଧ୍ୟରେ ବିଜୟ କାହାର ହେବ ସେ ନେଇ ଉତ୍କଣ୍ଠା ରହିଛି ।
ରୋହିତ ଶର୍ମା ଏବଂ ଚେତେଶ୍ୱର ପୂଜାରାଙ୍କ ବ୍ୟାଟିଂ ଭାରତକୁ ଫାଇଦାରେ ରଖିବ ବୋଲି ଆଶା କରାଯାଉଛି । ଅପରପକ୍ଷରେ କୋହଲି ୧୨ ଇନିଂସରେ ୨୮୮ ରନ କରି ସେଭଳି ଆଖି ଦୃଶିଆ ଫର୍ମରେ ନାହାନ୍ତି । ରିଷଭ ପନ୍ତ ଏବଂ ରବୀନ୍ଦ୍ର ଜାଡେଜାଙ୍କୁ ଭାରତର ଏକ୍ସ ଫ୍ୟାକ୍ଟର ଭାବେ ବିବେଚନା କରାଯାଉଛି । ବୋଲରଙ୍କ ମଧ୍ୟରେ ଯଶପ୍ରୀତ ବୁମରା ଏବଂ ରବିଚନ୍ଦ୍ରନ ଅଶ୍ୱୀନ ଦଳ ପାଇଁ ଟ୍ରମ୍ପ କାର୍ଡ ସାଜିବେ । ନ୍ୟୁଜିଲାଣ୍ଡର ଟପ ବ୍ୟାଟ୍ସମ୍ୟାନ ୱିଲିୟମସନ, ଟମ ଲାଥାମ ଏବଂ ରସ ଟେଲରଙ୍କ ବିପକ୍ଷରେ ଅଶ୍ୱିନୀଙ୍କ ପ୍ରଦର୍ଶନ ଭଲ ରହିଛି ।
ଅପରପକ୍ଷରେ ଯଦି ଏଠାରେ ମେଘୁଆ ପାଗ ରହେ ତାହାହେଲେ ନ୍ୟୁଜିଲାଣ୍ଡର କାୟଲ ଜେମିସନ, ଟ୍ରେଂଟ ବୋଲ୍ଟ ଓ ଟିମ ସୌଥୀ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ନିଶ୍ଚିତ ଭାବେ ଅସୁବିଧାରେ ପକାଇବେ । ୱିଲିୟମସନ, ଟମ ଲାଥାମ ଏବଂ ହେନେରୀ ନିକୋଲସଙ୍କୁ ଯଦି ଭାରତୀୟ ବୋଲର ଶସ୍ତାରେ ପ୍ୟାଭିଲିୟନ ଫେରାଇ ଦିଅନ୍ତି ତାହାହେଲେ ଟିମ୍ ଇଣ୍ଡିଆ ମ୍ୟାଚକୁ କବଜା କରିପାରିବ ।
ସମ୍ଭାବ୍ୟ ଏକାଦଶ
ଭାରତ: ରୋହିତ ଶର୍ମା, ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାନେ, ରିଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱୀ. ମହମ୍ମଦ ସାମି, ଈଶାନ୍ତ ଶର୍ମା, ଯଶପ୍ରୀତ ବୁମରା ।
ନ୍ୟୁଜିଲାଣ୍ଡ: ଡେଭନ କନୱେ, ଟମ ଲାଥାମ, କେନ ୱିଲିୟମସନ (ଅଧିନାୟକ), ରସ ଟେଲର, ହେନେରୀ ନିକୋଲ, ବିଜେ ୱାଟଲିଂ, କଲିନ ଡେ ଗ୍ରାଣ୍ଡହୋମ, କାୟଲ ଜେିମସନ, ଟିମ ସୌଥୀ, ମାଟ୍ଟ ହେନେରୀ, ଟ୍ରେଂଟ ବୋଲଟ ।
BREAKING NEWS
- Odisha Parab 2026: ଓଡ଼ିଶା ପରବ ୨୦୨୬ ଉଦ୍ଘାଟିତ; ଆସାମରେ ଓଡ଼ିଶାର ସାଂସ୍କୃତିକ ଓ ପର୍ଯ୍ୟଟନ ବୈଭବ ପ୍ରଦର୍ଶିତ
- ଆନ୍ତର୍ଜାତୀୟ ସ୍ତରରେ ସଫଳତା ପାଇଁ ଓଡ଼ିଶାର କ୍ରୀଡ଼ାବିତ୍ଙ୍କୁ ସମ୍ମାନିତ କଲେ କ୍ରୀଡ଼ା ମନ୍ତ୍ରୀ
- ଝିଅ ବେକରେ ଛୁରୀ ଲଗେଇ କାଉନସିଲରଙ୍କ ଘରୁ ଲୁଟ୍
- ଦର୍ଶକଙ୍କ ଉଡ଼ାଇବ ହୋସ୍ ଓଡ଼ିଆ ହରର ଥ୍ରୀଲର ଫିଲ୍ମ ‘ମିଡ୍ ନାଇଟ’; ଏହି ଦିନ ପରଦାକୁ ଆସିବ
- ବିଶ୍ୱ ବ୍ୟାଙ୍କ ଠାରୁ ଋଣ କରିବାକୁ ଚାହୁଁଛନ୍ତି କି ରାଜ୍ୟ ସରକାର: ବିଜେଡି
- ୨୧ ଫେରିବାଲାଙ୍କୁ ବାନ୍ଧିଲା ପୋଲିସ; ୧୦୬୬ ମୋବାଇଲ ସହ ଅଳଙ୍କାର,ବାଇକ୍ ଜବତ
- ୩ ବରିଷ୍ଠ ଆଇଏଏସଙ୍କୁ ପଦୋନ୍ନତି ଦେଲେ ଓଡ଼ିଶା ସରକାର
- ଅଷ୍ଟ୍ରେଲିଆନ ଓପନ ଟେନିସ: ର୍ୟାବକିନା ଜିତିଲେ ମହିଳା ସିଙ୍ଗଲ୍ସ ଟାଇଟଲ
- ଇରାନରେ ଜୋରଦାର ବିସ୍ଫୋରଣ; ପୋର୍ଟ ଓ ଆବାସିକ କୋଠା କ୍ଷତିଗ୍ରସ୍ତ…
- ୧୦ ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର; ନିର୍ମାଣ ହେବ ପ୍ରତିରକ୍ଷା ଏବଂ ଏରୋସ୍ପେସ ସାମଗ୍ରୀ
Comments are closed.