Latest Odisha News

BREAKING NEWS

ଭାରତ ବଜାରରେ ସାଓମିର ଇଲେକ୍ଟ୍ରିକ ଟୁଥ ବ୍ରସ, ଜାଣନ୍ତୁ ଏହାର ମୂଲ୍ୟ ଓ ବ୍ୟବହାର

ନୂଆଦିଲ୍ଲୀ: ଭାରତୀୟ ବଜାରରେ ପ୍ରବେଶ କରିଛି ସାଓମିର ନୂଆ ଇଲେକ୍ଟ୍ରିକ ଟୁଥ ବ୍ରସ ।

ଚୀନ୍‌ର ଟେକ୍‌ କମ୍ପାନୀ ସାଓମି ଭାରତରେ ଏମ୍‌ଆଇ ଇଲେକ୍ଟ୍ରିକ୍‌ ଟୁଥବ୍ରଶ୍‌ ଟି୩୦୦ ଲଞ୍ଚ୍‌ କରିଛି। ଏହାର ଦାମ୍‌ କମ୍ପାନୀ ୱେବସାଇଟରେ ୧୨୯୯ ଟଙ୍କା ରହିଛି।

କିପରି କିଣିବେ:

ଏହି ଇଲେକ୍ଟ୍ରିକ ଟୁଥ ବ୍ରସକୁ ଆପଣ ଦୋକାନ କିମ୍ବା ଅନ୍‌ଲାଇନ୍‌ରୁ କିଣିପାରିବେ ନାହିଁ।ଏହାକୁ କ୍ରାଉଡଫଣ୍ଡିଂ ତରଫରୁ ଲଞ୍ଚ୍‌ କରାଯାଇଛି। ଅର୍ଥାତ୍‌ ଯଦି କମ୍ପାନୀକୁ ଏକ ହଜାର ଟୁଥ୍‌ବ୍ରଶ୍‌ ପାଇଁ ଫଣ୍ଡିଂ ମିଳିବ ତେବେ ଯାଇ ଗ୍ରାହକ ଏହାକୁ କିଣିପାରିବେ ବୋଲି ଜଣାପଡିଛି।କମ୍ପାନୀ ଏହି ଇଲେକ୍ଟ୍ରିକ୍‌ ଟୁଥ୍‌ବ୍ରଶ୍‌ର ଡେଲିଭରି ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ କରିବ।

ସ୍ଵତନ୍ତ୍ରତା:

ସାଓମିର ଏହି ଇଲେକ୍ଟିକ ବ୍ରଶ୍‌ରେ ବ୍ରିସ୍‌ଲ୍ସ ଦିଆଯାଇଛି, ଯାହା ଦୁଇ ଦାନ୍ତ ମଝିକୁ ସଫା କରିବାରେ ସାହାଯ୍ୟ କରେ। ଏହି ବ୍ରଶ୍‌ରେ ମ୍ୟାଗ୍ନେଟିକ୍‌ ଲେବିଟେଶନ୍‌ ସୋନିକର ବ୍ୟବହାର କରାଯାଇଛି। ଏହି ବ୍ରଶ୍‌ ଗୋଟିଏ ମିନିଟ୍‌ରେ ୩୧ ହଜାର ଥର ଭାଇବ୍ରେସନ୍‌ କରେ ବୋଲି କମ୍ପାନୀ ଦାବି କରିଛି। ଏଥିରେ ବ୍ରଶିଂ ମୋଡ୍‌ ଉପଲବ୍ଧ ଅଛି।

ବ୍ୟବହାର:

କମ୍ପାନୀର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ବ୍ରଶ୍‌ ୨୫ ଦିନର ବ୍ୟାଟେରୀ ବ୍ୟାକ୍‌ଅପ୍‌ ସହ ଉପଲବ୍ଧ ହେଉଛି। ଏହାର ବ୍ୟାଟେରୀକୁ ଚାର୍ଜ କରିବା ପାଇଁ ‘ୟୁଏସବି-ସି’ ଆଡପ୍ଟର ବ୍ୟବହାର କରାଯିବ।

ଏହା ଓ୍ଵାଟର ରେଜିଷ୍ଟାନ୍ସ ସହ ଉପଲବ୍ଧ ହେଉଛି। ଅର୍ଥାତ୍‌ ଏହାକୁ ପାଣିରେ ବ୍ୟବହାର କଲେ ମଧ୍ୟ ଏହା ନଷ୍ଟ ହେବ ନାହିଁ। ପ୍ଲାଷ୍ଟିକ୍‌ ବ୍ରଶ୍‌ ହେଡ୍‌ ହୋଇଥିବାରୁ ଏହାକୁ ଷ୍ଟୋର କରିବା ସହଜ ହେବ।

Comments are closed.