Latest Odisha News

ଧୂରନ୍ଧର ୨ରେ ୟାମୀ ଗୌତମଙ୍କ ଏଂଟ୍ରି

ମୁମ୍ବାଇ: ଧୂରନ୍ଧର ୨ର ଧମାକାଦାର ଟୀଜର ସହ ଥିଏଟରରେ ହମଜାଙ୍କ ପ୍ରତ୍ୟାବର୍ତନ ହୋଇଛି । ପ୍ରଥମ ପାର୍ଟ ପରି ଏହାର ଦ୍ୱିତୀୟ ପାର୍ଟ ମଧ୍ୟ ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ମେକର୍ସଙ୍କ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି । ପିଙ୍କଭିଲ୍ଲାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଧୂରନ୍ଧର ୨ରେ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ପତ୍ନୀ ତଥା ଅଭିନେତ୍ରୀ ୟାମି ଗୌତମଙ୍କ ଏଂଟ୍ରି ହେବାକୁ ଯାଉଛି । ଏହା ପୂର୍ବରୁ ଆଦିତ୍ୟଙ୍କ ସହ ୟାମୀ ଉରୀ: ଦି ସର୍ଜିକାଲ ଷ୍ଟ୍ରାଇକରେ କାମ କରିଥିଲେ । ୟାମୀ ଏକ ଗୁରୁତ୍ୱପୂର୍ଣ୍ଣ ଦୃଶ୍ୟରେ ନଜର ଆସିବେ । ଏଥିରେ ସେ ଆକ୍ସନ ସିନ କରିବେ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ଇତି ମଧ୍ୟରେ ସେ ୫ ଦିନର ଶୁଟିଂ କାର୍ଯ୍ୟ ଶେଷ କରି ଦେଇଛନ୍ତି ।

କମ ସମୟ ପାଇଁ ୟାମିଙ୍କ ଭୂମିକା ଥିଲେ ମଧ୍ୟ ଏହା ଦର୍ଶକଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେବ । ପ୍ରଥମ ପାର୍ଟରେ ଅକ୍ଷୟ ଖାନ୍ନାଙ୍କ ପରି ଏଥର ୟାମୀଙ୍କ ଭୂମିକା ଚର୍ଚ୍ଚାର କାରଣ ସାଜିବ । ୟାମି ଏ ଥର୍ସଡେ, ଆର୍ଟିକଲ ୩୭୦ ଓ ହକ ପରି ଫିଲ୍ମରେ ଅଭିନୟ କରିଛନ୍ତି । ଧୂରନ୍ଧର ୨ରେ ରଣବୀର ସିଂ ପାକିସ୍ତାନ ଯିବା ପୂର୍ବର କାହାଣୀ ଦେଖାଯିବ । ମାର୍ଚ୍ଚ ୧୯ରେ ଏହା ରିଲିଜ ହେବ । ପ୍ରଥମ ପାର୍ଟ ପରି ଏଥର ଦର୍ଶକ ବ୍ୟଗ୍ରତା ସହକାରେ ଏହାର ଦ୍ୱିତୀୟ ପାର୍ଟକୁ ଅପେକ୍ଷା କରି ରହିଛନ୍ତି । ଦ୍ୱିତୀୟ ପାର୍ଟରେ ଅଧିକ ଆକ୍ସନ ରହିବ ବୋଲି ଆଦିତ୍ୟ ପୂର୍ବରୁ ସ୍ପଷ୍ଟ କରି ସାରିଛନ୍ତି ।

Leave A Reply

Your email address will not be published.