Latest Odisha News

BREAKING NEWS

ଆଗ୍ରାର ତାଜମହଲ ପହଞ୍ଚିଲା ଯମୁନାର ବନ୍ୟା ପାଣି

ଆଗ୍ରା: ଦିଲ୍ଲୀରେ ଯମୁନା ନଦୀ ବିପଦ ସଂକେତ ତଳକୁ ଖସିବା ପରେ ପୁଣି ଥରେ ଫୁଲିବାରେ ଲାଗିଛି । ଯାହା ଫଳରେ ଉତ୍ତରପ୍ରଦେଶର ଆଗ୍ରା-ମଥୁରାର କେତେକ ଅଞ୍ଚଳରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି ।

ଯମୁନାର ବନ୍ୟା ପାଣି ଆଗ୍ରାର ତାଜମହଲ ଯାଏ ପହଞ୍ଚିଛି । ମଥୁରାରେ ଯମୁନା ବିପଦ ସଂକେତ ଠାରୁ ୧ ମିଟର ଉପରେ ପ୍ରବାହିତ ହେଉଛି । ଯମୁନା ଫୁଲୁଥିବାରୁ ଆଖପାଖରେ ଥିବା ମନ୍ଦିରର କବାଟ ବନ୍ଦ କରି ଦିଆଯାଇଛି ।

୫୨ଟି କଲୋନୀରେ ବନ୍ୟା ପାଣି ପସିଥିବା ବେଳେ ଏବେ ସୁଦ୍ଧା ଏନଡିଆରଏଫ୍ ୫୦୦ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରି ଆଶ୍ରୟ ସ୍ଥଳୀକୁ ନେଇଛି । ଏବେ ବି ଅନେକ ଲୋକ ବନ୍ୟା ପାଣି ଘେରରେ ଫସି ରହିଛନ୍ତି । ଅନ୍ୟପଟେ କୁଲ୍ଲୁରେ ବିଳମ୍ବିତ ରାତିରେ ବାଦଲ ଫାଟିଥିବା ବେଳେ ଅନେକ ସ୍ଥାନ ଜଳମଗ୍ନ ହୋଇ ଯାଇଛି ।

ବିଭିନ୍ନ ସ୍ଥାନରେ ଟ୍ରେନ୍ ଧାରଣା ବନ୍ୟା ପାଣିରେ ବୁଡ଼ି ଯାଇଛି । ଅମ୍ବାଲା ଡିଭିଜନରେ ବନ୍ୟା ପାଣି ଯୋଗୁଁ ଉତ୍ତର ରେଲୱେ ପକ୍ଷରୁ ୧୬ଟି ଟ୍ରେନକୁ ସାମୟିକ ଭାବେ ବାତିଲ୍ କରି ଦିଆଯାଇଥିବା ବେଳେ ୨ଟି ଟ୍ରେନକୁ ସର୍ଟ ଟର୍ମିନେଟ୍ କରାଯାଇଛି ।

ସେପଟେ ଦିଲ୍ଲୀରେ ସ୍ଥିତି ସୁଧୁରୁଛି । ଦିଲ୍ଲୀର ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟରୁ ପାଣି ବାହାର କରାଯାଇଥିବା ବେଳେ ମେସିନକୁ ଶୁଖା ଯାଉଛି । ସବୁ ଠିକ୍ ହେବା ପରେ ପାଣି ଯୋଗାଣ ହେବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.