Latest Odisha News

BREAKING NEWS

ଦିଲ୍ଲୀ ଓ ମୁମ୍ୱାଇରେ ଜିରୋ ନାଇଟ୍ ସେଲିବ୍ରେସନ୍ ମନା, ଲାଗିବ ନାଇଟ୍ କର୍ଫ୍ୟୁ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ଓ ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ ଏବର୍ଷ ଫିକା ପଡ଼ିବ ଜିରୋ ନାଇଟ୍ ସେଲିବ୍ରେସନ୍ । ନୂଆବର୍ଷ ଉତ୍ସବ ପାଳନ ଉପରେ ଲାଗିଲା କଟକଣା । ଆଜି ଓ ଆସନ୍ତାକାଲି ଦୁଇ ଦିନ ଦିଲ୍ଲୀ ଓ ମୁମ୍ବାଇରେ ନାଇଟ୍ କର୍ଫ୍ୟୁ ଘୋଷଣା କରାଯାଇଛି । ରାତି ୧୧ଟାରୁ ସକାଳ ୬ଟା ଯାଏ କର୍ଫ୍ୟୁ ବଳବତ୍ତର ରହିବ ।

ନାଇଟ୍ କର୍ଫ୍ୟୁ ବେଳେ ସର୍ବସାଧରାଣ ସ୍ଥାନରେ ଜନ ସମାଗମ ଉପରେ କଡ଼ା କଟକଣା ଜାରି ହୋଇଛି । ସର୍ବସାଧାରଣ ସ୍ଥାନରେ ପାଞ୍ଚରୁ ଅଧିକ ଲୋକ ଏକାଠି ହୋଇ ପାରିବେ ନାହିଁ । ଦିଲ୍ଲୀ ଓ ମୁମ୍ବାଇରେ ନୂଆବର୍ଷ ଉତ୍ସବ ଉପରେ ପ୍ରତିବନ୍ଧକ ଲାଗିଛି । ଏହି ସମୟରେ ଆନ୍ତଃରାଜ୍ୟ ଓ ଅନ୍ତଃରାଜ୍ୟ ଗାଡ଼ିମୋଟର ଚଳାଚଳ ଉପରେ କୌଣସି କଟକଣା ଲାଗିବ ନାହିଁ ।

Leave A Reply

Your email address will not be published.