Latest Odisha News

BREAKING NEWS

ଚଳିତ ବର୍ଷ ସମସ୍ତ ବିଦ୍ୟାଳୟରେ ହେବ ଯୋଗ ଦିବସ

ଭୁବନେଶ୍ବର: ଆସନ୍ତା ୨୧ ତାରିଖରେ ଦେଶ ପାଳିବ ୧୧ତମ ଆନ୍ତର୍ଜାତିକ ଯୋଗ ଦିବସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଚଳିତବର୍ଷ ଐତିହାସିକ ଯୋଗ ସଙ୍ଗମ (ଗଣ ଯୋଗ ପ୍ରଦର୍ଶନ) ସକାଳ ସାଢ଼େ ୬ଟାରୁ ୭ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ । ଚଳିତବର୍ଷର ଥିମ୍ ରହିଛି ‘ଏକ ପୃଥିବୀ, ଏକ ସ୍ବାସ୍ଥ୍ୟ ପାଇଁ ଯୋଗ’।

ସୁସ୍ଥ ଜୀବନ ପାଇଁ ଯୋଗର ଲାଭ ସମ୍ପର୍କରେ ପିଲାମାନେ ଜାଣିବା ଉଦ୍ଦେଶ୍ୟରେ ଏଥର ରାଜ୍ୟର ସମସ୍ତ ବିଦ୍ୟାଳୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ଏନେଇ ସବୁ ରାଜ୍ୟକୁ ନିର୍ଦେଶ ଦିଆଯିବା ପରେ ରାଜ୍ୟରେ ବିଦ୍ୟାଳୟସ୍ତରରେ ଯୋଗ ଦିବସ ପାଳନ ପାଇଁ ତତ୍ପରତା ପ୍ରକାଶ ପାଇଛି ।

ବିଦ୍ୟାଳୟଗୁଡ଼ିକରେ ସକାଳ ସାଢ଼େ ୬ଟାରୁ ୭ଟା ୪୫ ମିନିଟ ପର୍ଯ୍ୟନ୍ତ ସ୍ବତନ୍ତ୍ର ଯୋଗ ଅଧିବେଶନ ଅନୁଷ୍ଠିତ ହେବ । ଏଥିରେ ଶିକ୍ଷାର୍ଥୀଙ୍କୁ ଯୋଗଦେବା ପାଇଁ ଉତ୍ସାହିତ କରାଯିବ । ଆୟୁଷ ମନ୍ତ୍ରଣାଳୟର ଏକକ ଯୋଗ ପ୍ରୋଟୋକଲକୁ ଅନୁକରଣ କରାଯିବ । ଏହା ମନ୍ତ୍ରଣାଳୟର ଆନ୍ତର୍ଜାତିକ ଯୋଗ ଦିବସ ପୋର୍ଟାଲରେ ୨୨ଟି ଭାରତୀୟ ଭାଷାରେ ଉପଲବ୍ଧ ।

Comments are closed.