Latest Odisha News

BREAKING NEWS

ବିନା ବସ୍ ଭଡ଼ାରେ ଭଉଣୀ ଯିବେ ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ, ଜାଣନ୍ତୁ କେଉଁ ସରକାର କଲେ ଘୋଷଣା

ଲକ୍ଷ୍ନୌ: ରାକ୍ଷୀ ପୂର୍ଣ୍ଣିମା ପାଇଁ ସରକାରଙ୍କ ବଡ଼ ଉପହାର। ବିନା ବସ୍ ଭଡ଼ାରେ ଭଉଣୀ ଯିବେ ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ । ଚଳିତ ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀମାନଙ୍କୁ ଯାତାୟତରେ ଯେପରି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ଏଥିପାଇଁ ଉତ୍ତରପ୍ରଦେଶ ଯୋଗୀ ସରକାର ମହିଳାମାନଙ୍କ ପାଇଁ ଯାତାୟତର ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ।

ଖବର ଅନୁଯାୟୀ, ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ଗାଜିଆବାଦରୁ ୨୦୦ ବସ୍ ଚଳାଚଳ କରିବ । ଏହି ବସ୍ ସେବା ୬ ଦିନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଭାବେ ମହିଳାଙ୍କ ପାଇଁ ଚଳାଚଳ କରିବ ଓ ମହିଳା ଯାତ୍ରୀ ମାଗଣାରେ ଏହି ବସ୍ ସେବାର ଲାଭ ଉଠାଇ ପାରିବେ । ଏନେଇ ସୂଚନା ଦେଇଛନ୍ତି ଉତ୍ତରପ୍ରଦେଶ ସଡ଼କ ବିଭାଗ ପ୍ରବନ୍ଧ ନିର୍ଦ୍ଦେଶକ ଏନ୍. କେ. ବର୍ମା । ଶ୍ରୀଯୁକ୍ତ ବର୍ମା କହିଛନ୍ତି ରାକ୍ଷୀ ପୂର୍ଣ୍ଣିମା ଦିନ ମହିଳାମାନେ ଯେପରି ବସ୍ ରେ ଛିଡା ହୋଇ ଯାତ୍ରା ନ କରିବେ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯିବ । ରାଜ୍ୟର କୌଶାମ୍ବୀ ବସ୍ ଡିପୋରୁ ୧୬୨ ବସ୍, ଗାଜିଆବାଦରୁ ୫୮, ସାହିବାବାଦରୁ ୧୮୦ ଅତିରିକ୍ତ ବସ୍ ଚଳାଚଳ କରିବା ନେଇ ବ୍ୟବସ୍ଥା କରାଯାଉଛି । ଏହା ବ୍ୟତିତ ବ୍ୟାକ ଅପରେ କିଛି ବସ୍ ମଧ୍ୟ ପ୍ରସ୍ତୁତ୍ କରି ରଖାଯାଉଛି ।

Leave A Reply

Your email address will not be published.