Latest Odisha News

BREAKING NEWS

ଆରପାରିରେ ଷାଠିଏ ଦଶକର ନାୟିକା ଡକ୍ଟର ସୁଧାରାଣୀ ଜେନା

ଭୁବନେଶ୍ଵର: ଆରପାରିରେ ନାୟିକା ଡକ୍ଟର ସୁଧାରାଣୀ ଜେନା । ଷାଠିଏ ଦଶକର ଆଦ୍ୟ ଭାଗରେ ଓଡ଼ିଆ ଚଳଚ୍ଚିତ୍ରକୁ ନାୟିକା ଭାବରେ ପ୍ରବେଶ କରିଥିଲେ ସୁଧାରାଣୀ । ଅନେକ ଚଳଚ୍ଚିତ୍ରରେ ପାର୍ଶ୍ଵ ଚରିତ୍ର ଭାବରେ ଅଭିନୟ କରିଛନ୍ତି ସୁଧାରାଣୀ । ପରେ ୧୯୬୧ ମସିହାରେ କବିରାଜ କଷ୍ଣଚନ୍ଦ୍ର ତ୍ରିପାଠୀ ଶର୍ମାଙ୍କ ଚଳଚ୍ଚିତ୍ର ‘ପରିଣାମ’ରେ ନାୟିକା ଭାବରେ ପୁଣି ପର୍ଦ୍ଦା ପ୍ରବେଶ କରିଥିଲେ ଡକ୍ଟର ସୁଧାରାଣୀ ଜେନା ।

ପ୍ରଥମ ସଂପୂର୍ଣ୍ଣ ରଙ୍ଗିନ ଚଳଚ୍ଚିତ୍ର ‘ଗପ ହେଲେ ବି ସତ’ରେ ସେ ନାୟକର ମା’ ଚରିତ୍ର ଅଭିନୟ କରିଥିଲେ । ପରେ ପରେ ରାମ ବଳରାମ, କାବେରୀ, ଝିଅଟି ସୀତା ପରି, ଶଙ୍ଖମହୁରୀ, ଟୋପାଏ ସିନ୍ଦୂର ଦି ପଟ ଶଙ୍ଖା ଆଦି ଚଳଚ୍ଚିତ୍ରରେ ମା’ ଭୁମିକାରେ ତାଙ୍କର ଅଭିନୟ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ସମୃଦ୍ଧ କରିଥିଲା । ସେ ବୃତ୍ତିରେ ଜଣେ ଡାକ୍ତର ଥିଲେ ମଧ୍ୟ ତାଙ୍କର ପ୍ରବୃତ୍ତି ଥିଲା ଅଭିନୟ । ମେଡ଼ିକାଲ କଲେଜରେ ପାଠ ପଢ଼ିଲାବେଳେ କ୍ରମାନ୍ୱୟ ଭାବେ ଚରିବର୍ଷ ଧରି କଲେଜ ନାଟକର ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ‘ମିହିର ମୁଖାର୍ଜୀ’ ସ୍ମୃତି ପୁରସ୍କାର ପାଇଥିଲେ । ‘ପରିଣାମ’ ଚଳଚ୍ଚିତ୍ରରେ ନାୟିକା ଭୂମିକାରେ ଥିଲେ ସୁଧାରାଣୀ ମାତ୍ର ଚଳଚ୍ଚିତ୍ରରେ  ତାଙ୍କ ନାମ ରଖାଯାଇଥିଲା ଅଭିନେତ୍ରୀ ଗୀତିସୁଧା । ସେହି ଷାଠିଏ ଦଶକର ନାୟିକା ଡକ୍ଟର ସୁଧାରାଣୀ ଜେନାଙ୍କ ବିୟାଗରେ ମା’ ଚରିତ୍ର ଅଭିନୟର ଏକ ଯୁଗ ଶେଷ ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ, ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମ୍ ପକ୍ଷରୁ ‘ପରିଣାମ’ ଚଳଚ୍ଚିତ୍ରଟି ପୁନଃଉଦ୍ଧାର କରାଯାଉଛି । ସଂପୂର୍ଣ୍ଣ ନ ହେଲେ ମଧ୍ୟ ପରିଣାମର ୮୦% ଅଂଶକୁ ନେଇ ସ୍କ୍ରିନିଂ କରାଯିବାର ଯୋଜନା କରାଯାଉଛି । ଡକ୍ଟର ସୁଧାରାଣୀ ଜେନାଙ୍କ ଅଭିନୀତ ‘ଝିଅଟି ସୀତା ପରି’ ର କିଛି ଅଂଶ ମଧ୍ୟ ଏଥିରେ ସଂଯୁକ୍ତ ହୋଇଛି ।

Leave A Reply

Your email address will not be published.