Latest Odisha News

ୱେବ୍‌ ସୋ ‘ଇନ୍‌ଭିଜିବଲ୍‌ ଓମେନ୍‌’ରେ ନାୟକ ସାଜିବେ ସୁନୀଲ

ନୂଆଦିଲ୍ଲୀ: ଆକ୍ସୋନ ଏବଂ ଚମନ ବାହାର ଭଳି ଚଳଚ୍ଚିତ୍ର ନିର୍ମାଣ କରିଥିବା ସାରେଗାମା ଇଣ୍ଡିଆର ଏକ ଡିଭିଜନ୍ ୟୁଡଲି ଫିଲ୍ମସ୍ ଏହାର ପ୍ରଥମ ୱେବ୍ ସୋ ଘୋଷଣା କରିଛି। ଯାହାର ଟାଇଟଲ ରହିଛି ‘ଇନ୍‌ଭିଜିବଲ୍‌ ଓମେନ୍‌’।

ଯେଉଁଥିରେ ସୁନୀଲ ଶେଟ୍ଟୀ ମୁଖ୍ୟ ଭୂମିକାରେ ଅଭିନୟ କରିବେ ବୋଲି ଜଣାପଡ଼ିଛି। ତାମିଲ ଚଳଚ୍ଚିତ୍ର ନିର୍ମାତା ରାଜେଶ ଏମ ସେଲଭା ଏହାର ନିର୍ଦ୍ଦେଶନା ଦେବେ। ଏଥିରେ ସୁନୀଲଙ୍କ ସହିତ ଅଭିନେତ୍ରୀ ଇଶା ଗୁପ୍ତାଙ୍କୁ ମଧ୍ୟ ଦେଖିବାକୁ ମିଳିବ।

Comments are closed.