Latest Odisha News

BREAKING NEWS

JEE Main: ନଭେମ୍ବର ୨୭ ରାତି ୯ ଯାଏଁ ଜେଇଇ ମେନ୍‌ ଆବେଦନ କରିପାରିବେ, ଏହି ଦିନ ହେବ ପରୀକ୍ଷା…

ଭୁବନେଶ୍ୱର: ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‌ ୨୦୨୬ ପାଇଁ ଆରମ୍ଭ ହେଲା ଅନଲାଇନ ଆବେଦନ ପ୍ରକ୍ରିୟା । ନଭେମ୍ବର ୨୭ ତାରିଖ ରାତି ୯ଟା ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଜାରି ରହିବ । ରାତି ୧୧ଟା ୫୦ ମଧ୍ୟରେ ଅନ୍‌ଲାଇନ ଫି ଦାଖଲ କରିପାରିବେ ।

କେଉଁଠାରେ ପରୀକ୍ଷା ସେଣ୍ଟର ପଡିବ ସେନେଇ ଜାନୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ସହରର ନାମ ଘୋଷଣା ହେବ । ଜାନୁଆରୀ ୨୧ରୁ ୩୦ ମଧ୍ୟରେ ପରୀକ୍ଷା ହେବ । ଫେବ୍ରୁଆରୀ ୧୨ ତାରିଖ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରାଯିବ ବୋଲି ସୂଚନା ରହିଛି । ଏନେଇ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏନ୍‌ଟିଏର ବିଜ୍ଞପ୍ତି ଅନୁଯାୟୀ, ପ୍ରଥମ ସେସନ୍‌ ୨୦୨୬ ଜାନୁଆରୀରେ ହେବାକୁ ଥିବା ବେଳେ ଦ୍ୱିତୀୟ ସେସନ୍‌ ଏପ୍ରିଲ୍‌ ମାସରେ ହେବ । ଦୁଇଟି ଯାକ ସେସନ୍‌ର ପରୀକ୍ଷା କମ୍ପ୍ୟୁଟର ବେସଡ୍‌ ଟେଷ୍ଟ (ସିବିଟି) ମୋଡ୍‌ କରାଯିବ । ଦୁଇଟି ପେପରରେ ପରୀକ୍ଷା ହେବ । ପେପର-୧ ପରୀକ୍ଷା ବିଟେକ୍‌, ବିଇ (ଇଞ୍ଜିନିୟରିଂରେ ସ୍ନାତକ ପାଠ୍ୟକ୍ରମ) ରେ ନାମ ଲେଖାଇବା ପାଇଁ ହେବ ।

ଯେଉଁଥିରେ ଏନଆଇଟି, ଆଇଆଇଟି ଓ ଅନ୍ୟ କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ଟେକ୍ନିକାଲ ଶିକ୍ଷାନୁଷ୍ଠାନ, ପ୍ରତିଷ୍ଠାନ, ବିଶ୍ୱବିଦ୍ୟାଳୟ, ରାଜ୍ୟ ସରକାରଙ୍କ ବିଶ୍ୱବିଦ୍ୟାଳୟ, ବୈଷୟିକ ଶିକ୍ଷା ପ୍ରତିଷ୍ଠାନ ପ୍ରମୁଖରେ ନାମ ଲେଖାଇବାର ସୁଯୋଗ ମିଳିବ ।

Comments are closed.