Latest Odisha News

BREAKING NEWS

ବିନା ମାସ୍କରେ ବିମାନକୁ ପ୍ରବେଶ ମନା

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ବୃଦ୍ଧି ପାଇବାରେ ଲାଗିଛି। ଅନେକ ରାଜ୍ୟରେ ଲକଡାଉନ୍ ଏବଂ ନାଇଟ୍ କର୍ଫ୍ୟୁ ପୁଣି ଥରେ ଲାଗୁ କରାଯାଇଛି। ଏଭଳି ପରିସ୍ଥିତିରେ ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ସରକାର କଠୋର ନିଷ୍ପତ୍ତି ନେଇଛନ୍ତି। ଏହି ନିୟମ ଅନୁଯାୟୀ, ଯଦି ଆପଣ ମାସ୍କ ନ ପିନ୍ଧି ବିମାନରେ ଉଡ଼ାଣ ଭରିବାକୁ ଚାହିଁବେ ତେବେ ଆପଣଙ୍କୁ ବିମାନରୁ ବାହାର କରିଦିଆଯିବ। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଏ ସମ୍ପର୍କରେ ଏକ ନିର୍ଦ୍ଦେଶାବଳୀ ଜାରି କରିଛି।

ଯାତ୍ରୀମାନେ ଯଦି ବିମାନ ଭିତରେ ସଠିକ୍ ଭାବରେ ମାସ୍କ ନପିନ୍ଧନ୍ତି କିମ୍ବା କୋଭିଡ୍‌-୧୯ର ଉପଯୁକ୍ତ ନିର୍ଦ୍ଦେଶାବଳୀ ଅନୁସରଣ ନକରନ୍ତି ତେବେ ବିମାନରୁ ତାଙ୍କୁ ବାହାର କରିଦିଆଯିବ। ବାରମ୍ବାର ଚେତାବନୀ ସତ୍ବେ ଯଦି ଜଣେ ଯାତ୍ରୀ ପ୍ରୋଟୋକଲ୍ ଉଲ୍ଲଂଘନ କରନ୍ତି ତେବେ ଯାତ୍ରୀଙ୍କୁ ‘ବିଶୃଙ୍ଖଳିତ ଯାତ୍ରୀ’ ଭାବରେ ବ୍ୟବହାର କରାଯିବ।

Comments are closed.