Latest Odisha News

BREAKING NEWS

ଆଇନ ଓ ମହିଳା

ଆଜି ନୁହେଁ ଯୁଗେ ଯୁଗେ ଆମ ମହିଳା ସମାଜ ଅସୁରକ୍ଷିତ ଏକଥା ପ୍ରତି ସମୟରେ ପ୍ରମାଣିତ ହୋଇଛି । ଯୁଗ ଯୁଗରୁ ନାରୀଙ୍କ ସୁରକ୍ଷାକୁ ନେଇ ବହୁତ ପ୍ରଶ୍ନ । ମାଆ ସୀତାଙ୍କଠାରୁ ଆରମ୍ଭ କରି ଦ୍ରୌପଦୀ ସମସ୍ତଙ୍କ ପ୍ରତି ଏ ପୁରୁଷ ସମାଜ ଅଙ୍ଗୁଳି ନିର୍ଦେଶ କରିଛି । ତାହେଲେ ତା ପର ପିଢ଼ିର ନାରୀ କେମିତି ସୁରକ୍ଷିତ ରହିବେ ତାକୁ ଦୃଷ୍ଟି ଦିଆଯାଇ ଆମ ସମ୍ବିଧାନରେ ନାରୀ ସୁରକ୍ଷା କୁ ଗୁରୁତ୍ୱ ଦେଇ ମହିଳାମାନଙ୍କ ପାଇଁ ବହୁତଗୁଡ଼ିଏ ଆଇନ ତିଆରି ହେଇଛି । ଆଉ ସେଇ ଆଇନ ବିଷୟରେ ଆମେ ସମସ୍ତେ ସଚେତନ ହେବା ନିହାତି ଜରୁରୀ ।

ଆଇନର ସଦୁପଯୋଗ ସବୁବେଳେ ଆମ ମହିଳା ସମାଜ ପ୍ରତି ହିଂସା ରୋକିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଜନ୍ମଠାରୁ ମୃତ୍ୟୁ ପର୍ଯନ୍ତ ମହିଳାଟିଏ ଅସୁରକ୍ଷିତ ବୋଲି ଆମ ସମାଜରେ ତାହା ପ୍ରମାଣିତ । ପାଠ ପଢ଼ି ଘରୁ ଗୋଡ଼ କାଢି ମୋଟା ଅଙ୍କର ଦରମା ପାଉଥିଲେ ମଧ୍ୟ ସେ ବି ଆଜି ଅସୁରକ୍ଷିତ । ତେଣୁ ନିଜ ସୁରକ୍ଷାର ଅଧିକାର ବିଷୟରେ ଆମେ ଯେତେ ଅବଗତ ହେବା ସେତେ ଆମ ପାଇଁ ତାହା ସହାୟକ ହେବ ।

ଗଲା ସପ୍ତାହ ର କଥା ସୋନା ଅପା ଆଉ ମୁଁ ବସି କଥା ହେଉଥିଲାବେଳେ ଏଈ ମହିଳାଙ୍କ ଅସୁରକ୍ଷିତ ପରିବେଶ କଥା ସେ କିଛି ତଥ୍ୟ ଦେଇଥିଲେ । ଆଉ କହିଥିଲେ ଯେ ଆମେ କାହିଁ ଭାବୁଛେ ଯେ ଖାଲି ସମାଜର ଅସହାୟ ଶ୍ରେଣୀର ଲୋକମାନେ ଯେ ଘରୋଇ ହିଂସାର ଶିକାର ହେଉଛନ୍ତି ବୋଲି । ବହୁ ପ୍ରତିଷ୍ଠିତ ଘରର ଉଚ୍ଚ ଶିକ୍ଷିତ ମହିଳାମାନେ ମଧ୍ୟ ଆଜି ଚୁପଚାପ ଏଈ ହିଂସା କୁ ବି ସହୁଛନ୍ତି । ସୋନା ଅପାଙ୍କର ଏଇ କଥାଟି ସତ ବୋଲି ମୁଁ ବିଶ୍ୱାସ କରିବାକୁ ବାଧ୍ୟ ହେଲି କାରଣ କିଛି ବର୍ଷ ତଳେ ମୋର ପାଖକୁ ଗୋଟିଏ କେଶ ଆସିଥିଲା । ସେ କେଶରେ ପୀଡ଼ିତା ଜଣଙ୍କ ସମ୍ପୂର୍ଣ୍ଣ ରୂପେ ଅଂଜ୍ଞ ଥିଲେ ଯେ ତାଙ୍କ ପ୍ରତି ଯାହା ଅନ୍ୟାୟ ହେଉଛି ତାର ପାଇଁ ଆଇନ ରେ ବହୁତ ଗୁଡ଼ିଏ ବ୍ୟବସ୍ଥା ଅଛି । ସେ ସବୁ କୁ ଜାଣି ପାରିଲା ପରେ ଟିକେ ସ୍ୱାଭାବିକ ହେଇ ନିଜ ର ମନୋବଳ କୁ ଦୃଢ଼ କରିଥିଲେ ।
ସେ ମହିଳାଙ୍କ ପରି ଯଦି ସମସ୍ତେ ଜାଣି ପାରିବେ ଆଇନ ବିଷୟରେ ତାହେଲେ ଶୋଷଣର ମାତ୍ରା ନିଶ୍ଚିତ କମିବ । କିଛିଟା ଆଇନ ବିଷୟରେ ଆମେ ସମସ୍ତେ ଜାଣିବା ନିହାତି ଜରୁରୀ. ଯେମିତି କି

-ଲିଙ୍ଗ ନିରୂପଣ ଆଇନ
-ପୋକ୍ସୋ ଆଇନ
-କିଶୋର ନ୍ୟାୟ ଆଇନ
-ବାଲ୍ୟ ବିବାହ ବିରୋଧ ଆଇନ
-ସ୍ୱତନ୍ତ୍ର ବିବାହ ଆଇନ
-ଯୌତୁକ ବିରୋଧ ଆଇନ
-ହିନ୍ଦୁ ବିବାହ ଆଇନ
-ମାତୃକାଳୀନ ଆଇନ
-କର୍ମକ୍ଷେତ୍ର ରେ ମହିଳା ଙ୍କୁ ଯୌନ ନିର୍ଯାତନା ଆଇନ
-ଘରୋଇ ହିଂସା ଆଇନ

ଏମିତି ଅନେକ ଆଇନ ଅଛି ଆମ ସମ୍ବିଧାନରେ ମହିଳାଙ୍କ ସୁରକ୍ଷା ପାଇଁ । ଏହାର ଗୁରୁତ୍ୱକୁ ଆମେ ସମସ୍ତେ ବୁଝିବା ଦରକାର । ସଦୁପଯୋଗ ନିହାତି ଭାବରେ ଆବଶ୍ୟକ । ଦୁରୁପଯୋଗର ମଧ୍ୟ କଠିନ ଦଣ୍ଡର ବ୍ୟବସ୍ଥା ଅଛି । ତେଣୁ ସଚେତନ ହେବା ମଧ୍ୟ ଆମର ପ୍ରଥମ କର୍ତ୍ତଵ୍ୟ । ହିଂସା ବିରୋଧରେ ସ୍ଵରଉତ୍ତୋଳନ ନିହାତି ଆବଶ୍ୟକ । ଯଦି ସହିବା ତା ହେଲେ ଆଉ ଅଧିକ ଶୋଷଣ ହେବା ଏଥିରେ ଦ୍ୱିମତ ନାହିଁ ।

Leave A Reply

Your email address will not be published.