ମୟୁରଭଞ୍ଜ : ଆସନ୍ତା କାଲି ଜଗତର ନାଥ ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଘୋଷ ଯାତ୍ରା । ମହାମାରୀ କରୋନା ପାଇଁ କେବଳ ଶ୍ରୀକ୍ଷେତ୍ର ପୁରୀରେ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଅନ୍ୟ ସବୁଠି ରଥଯାତ୍ରା ବନ୍ଦ କରାଯାଉଛି । ଏମିତିକି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମଧ୍ୟ ଦୁଇ ବର୍ଷ ଧରି ରଥଯାତ୍ରା ବନ୍ଦ ରହିଛି। ଯାହା ଫଳରେ ଭକ୍ତ ଏବଂ ଭଗବାନଙ୍କର ଏହି ମହା ମିଳନର ଉତ୍ସବ ଆଜି ଫିକ୍କା ପଡିଛି । ଭକ୍ତ ଓ ଭଗବାନଙ୍କୁ ଏକ କରିବା ତଥା ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଏକ ନିଆରା ପ୍ରୟାସ । ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ଆଗଡ଼ା ଗ୍ରାମର ଯୁବ ଚିତ୍ରଶିଳ୍ପୀ ସମରେନ୍ଦ୍ର ବେହେରା ଏକ ନିଆରା ପ୍ରୟାସ ଆରମ୍ଭ ଆରମ୍ଭ କରିଛନ୍ତି । ଗାଁ ମୁଣ୍ଡରେ ଥିବା ଏକ ବରଗଛରେ ରଙ୍ଗ ତୁଳିରେ ରଥ ସହିତ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବି ସୁଭଦ୍ରାଙ୍କ ପ୍ରତିଛବି ଆଙ୍କିଛନ୍ତି । ଅଞ୍ଚଳ ବାସିଙ୍କୁ ରଥଯାତ୍ରାର ସେହି ପବିତ୍ର ଓ ସ୍ମରଣୀୟ ଉତ୍ସବକୁ ମନେ ପକାଇ ଦେଇଛନ୍ତି । ସମରେନ୍ଦ୍ରଙ୍କର ଏହି ଛୋଟିଆ ପ୍ରୟାସକୁ ଅଞ୍ଚଳବାସୀ ବେସ୍ ପସନ୍ଦ କରିଛନ୍ତି ।
BREAKING NEWS
- ୧୨୦ କୁଇଣ୍ଟାଲ ଗଞ୍ଜେଇ ଜବତ କଲା ରେଳବାଇ ପୋଲିସ, ୧୬ ଅଭିଯୁକ୍ତ ଗିରଫ
- ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣା: ଆଉ ୪ ଜଣ ଅଭିଯୁକ୍ତ ଗିରଫ
- ବେଆଇନ ହର୍ଣ୍ଣ ବିରୋଧରେ ଏସଟିଏର କଡ଼ା ଚେକିଂ, ଶତାଧିକ ଅମାନିଆଙ୍କ କଟିଲା ଚାଲାଣ
- ଏଥର ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଦେଖିବ ନୂଆ କଂସ
- ଅଷ୍ଟ୍ରେଲିଆରେ ପନ୍ତଙ୍କ ମହାରେକର୍ଡ
- ଗମ୍ଭୀର ଏହି ଯୁବ ଖେଳାଳିଙ୍କୁ କହିଥିଲେ ଦେଶ ପାଇଁ ଗୁଳି ଖାଇବା ପରି ବାଉନ୍ସର ସାମ୍ନା କର
- କିଏ ମାରିବ ଝାଡ଼ଖଣ୍ଡ ବାଜି ?
- ନାବାଳିକା ଦୁଷ୍କର୍ମ ମାମଲା; ଅଭିଯୁକ୍ତକୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇଲେ କୋର୍ଟ
- ‘ବିଶ୍ୱରେ ଓଡ଼ିଶାର ହସ୍ତକଳା ଓ ହସ୍ତତନ୍ତ ସାମଗ୍ରୀର ବିଶେଷ ପରିଚୟ ରହିଛି’: ମୁଖ୍ୟମନ୍ତ୍ରୀ
- ଦକ୍ୟାଚ ଓଡିଶା: ଭଞ୍ଜ କଳା ମଣ୍ଡପରେ ଆୟୋଜିତ ହେବ ତ୍ରିଦିବସୀୟ ସଂସ୍କୃତ ନାଟ୍ୟ ମହୋତ୍ସବ ‘ଦଶରୂପକମ୍’
Comments are closed.