ଯାଜପୁର : ରାଜ୍ୟ ବିଜେପିକୁ ବଡ ଝଟକା । ବିଜେପି ଛାଡିଲେ ଯାଜପୁର ବରୀ ବିଧାୟକ ପ୍ରାର୍ଥୀ ବିଶ୍ୱ ରଞ୍ଜନ ମଲ୍ଲିକ । ଦଳ ଭିତରେ ଥିବା କନ୍ଦଳ , ରାଜ୍ୟ ଓ ଜିଲ୍ଲା ନେତ୍ୱତ୍ୱରେ ଥିବା ଭେଦଭାବ ଓ କାମ କରିବା ନେଇ ତାଙ୍କୁ ସୁଯୋଗ ମିଳୁନଥିବାରୁ ସେ ବିଜେପି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ବିଶ୍ୱ ରଞ୍ଜନଙ୍କ ସହତି ବରୀ ବ୍ଲକ ଅଧ୍ୟକ୍ଷା ସୁବାସିନୀ ଶର୍ମା ,ଉପାଧ୍ୟକ୍ଷ ରମେଶ ଭଞ୍ଜ ଏବଂ ୨୪ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜିତା ସାମଲ ପ୍ରମୁଖ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

ସମସ୍ତେ ଦଳର ସଭାପତିଙ୍କୁ ଏହି ଇସ୍ତଫା ପତ୍ର ଦେଇଛନ୍ତି। ତେବେ ବିଶ୍ୱ ରଞ୍ଜନ କେଉଁ ଦଳରେ ଯୋଗଦେବେ ସେନେଇ କିଛି ପ୍ରତିକ୍ରିୟା ରଖିନାହାନ୍ତି। ଆସନ୍ତା କାଲି ପ୍ରତି ପଞ୍ଚାୟତ ଯାଇ କର୍ମୀଙ୍କ ସହ ଆଲୋଚନା କରିବା ପରେ ଯାହା ନିଷ୍ପତି ନେବେ ଜଣାଇବେ ବୋଲି କହିଛନ୍ତି।ସେପଟେ ଆସନ୍ତା ୨୭ ତାରିଖରେ ବିଶ୍ୱ ରଞ୍ଜନ ମଲ୍ଲିକ ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ବିଶ୍ୱ ଗତ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସୁନନ୍ଦା ଦାସ ଙ୍କ ଠାରୁ ପରାଜିତ ହୋଇଥିଲେ।
Comments are closed.