Latest Odisha News

BREAKING NEWS

ଆରପିଏଫ କର୍ମଚାରୀଙ୍କୁ ହତ୍ୟା କରି ଫ୍ୟାନ୍‌ରେ ଝୁଲାଇ ଦେଲେ ଦୁର୍ବୃତ୍ତ

ନୟାଗଡ଼ : ନୟାଗଡ଼ରେ ଅଭାବନୀୟ ଘଟଣା । ଆରପିଏଫ କର୍ମଚାରୀଙ୍କୁ ହତ୍ୟା କରି ଫ୍ୟାନ୍‌ରେ ଝୁଲାଇ ଦେଲେ ଦୁର୍ବୃତ୍ତ । ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ମୃତ ଆରପିଏଫ୍ କର୍ମଚାରୀଙ୍କ ପରିବାର ଲୋକ । ମୃତକ ହେଲେ ଆଲୋକ କୁମାର ସାହୁ । ଛତିଶଗଡ଼ ରାୟପୁର ମହାଶମୁଣ୍ଡ ଜିଲ୍ଲା ରେଲୱେ ଷ୍ଟେସନରେ କାର୍ଯ୍ୟରତ ଥିଲେ ଆଲୋକ । ଆଲୋକଙ୍କ ଘର ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ହରିହରପୁର ଗାଁରେ ବୋଲି ଜଣାପଡିଛି ।

ଗତ ୧୮ ତାରିଖରେ ଆଲୋକଙ୍କ ମୃତଦେହ ଭଡା ଘର ପଙ୍ଖାରେ ଏକ ରଶିରେ ଝୁଲି ରହିଥିବା ଦେଖିବାକୁ ମିଳିଥିଲା । ଆଲୋକଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନଟ ଥିବା ବେଳେ, ପାରିପାର୍ଶ୍ବିକ ଅବସ୍ଥାରୁ ତାଙ୍କୁ କେହି ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ, ମୃତଦେହ ବ୍ୟବଚ୍ଛେଦ ହୋଇପାରିନି । ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ପରିବାର ଲୋକ ।

Leave A Reply

Your email address will not be published.