Latest Odisha News

BREAKING NEWS

କମଲା ହାରିସଙ୍କ କ୍ୟାମ୍ପେନିଂ ଟିମରେ ଓଡିଆ ପୁଅ

ଭୁବନେଶ୍ୱର: ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ ଟ୍ରମ୍ପ ଏବଂ କମଲା ହାରିସ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି। ଏହି ପ୍ରଚାର ବେଳେ ଚର୍ଚ୍ଚାକୁ ଆସିଛନ୍ତି ଓଡିଶାର ପୁଅ ସମୟ ସାହୁ।

ସମୟ କେବଳ ଡେମୋକ୍ରାଟ୍ ପ୍ରାର୍ଥୀ ତଥା ଆମେରିକାର ଉପ-ରାଷ୍ଟ୍ରପତି ହ୍ୟାରିସଙ୍କ ପାଇଁ ପ୍ରଚାର କରିବାରେ ସକ୍ରିୟ ଭାବେ ଅଂଶଗ୍ରହଣ କରୁନାହାଁନ୍ତି ବରଂ ରାଷ୍ଟ୍ରପତି ନିର୍ବାଚନରେ ​​ଦଳ ପାଇଁ ରଣନୀତି ମଧ୍ଯ ପ୍ରସ୍ତୁତ କରୁଛନ୍ତି।

ମୟୂରଭଞ୍ଜର ୨୧ ବର୍ଷୀୟ ସମୟ ସାହୁ ଡେମୋକ୍ରାଟ୍ସ ପାର୍ଟିର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ରହିଆସିଛନ୍ତି। ହାଇସ୍କୁଲ ସମୟରେ ସେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ସେ ପ୍ରଥମେ ଆମେରିକାର ହାଇସ୍କୁଲ ଡେମୋକ୍ରାଟର ନ୍ୟାସନାଲ ଚେୟାରମ୍ୟାନ୍ ଭାବରେ ନିର୍ବାଚିତ ହୋଇଥିଲେ।

ସେବେଠାରୁ ସେ ଦଳୀୟ ସଂଗଠନ ତଥା ଅନ୍ୟାନ୍ୟ କାର୍ଯ୍ୟକଳାପରେ ଅଂଶ ଗ୍ରହଣ କରି ଚାଲିଛନ୍ତି। ଗତ ନିର୍ବାଚନରେ ​​ଜୋ ବିଡେନଙ୍କ ନିର୍ବାଚନ ସମୟରେ ମଧ୍ୟ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ସମୟ ପରିବାରର ରେଷ୍ଟୁରାଣ୍ଟ ବିଜନେସ ସମ୍ଭାଳୁଥିବା ବେଳେ ଆମେରିକାର ନାଗରିକତ୍ୱ ହାସଲ କରିଛନ୍ତି। ସେ ପରିବାର ସହିତ ନ୍ୟୁ ହାମ୍ପସାୟାରର ନାସାଉରେ ବସବାସ କରୁଛନ୍ତି।

 

Comments are closed.