ପାରାଦୀପ: ପ୍ରେମକୁ ମିଳିଲାନି ସମାଜର ସ୍ବୀକୃତି, ଆତ୍ମହତ୍ୟାର ବାଟ ବାଛି ନେଲେ ପ୍ରେମୀ ଯୁଗଳ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଦୁଆଡିଆ ଗ୍ରାମରେ।
ସୂଚନା ମୁତାବକ ଦୁଆଡିଆ ଗ୍ରାମର ପାଣ୍ଡବ ଦାସଙ୍କ ଝିଅ ବେବିନା ଦାସ (୨୬) ଓ ସେହି ଗ୍ରାମର ନନ୍ଦକିଶୋର ପଲାଇ ଙ୍କ ପୁଅ ତୁଷାର ପଲାଇ (୨୨ ) ଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ। ତେବେ ଝିଅର ବୟସ ଅଧିକ ହୋଇଥିବା ଯୋଗୁଁ ଉଭୟ ପରିବାର ଏହାକୁ ସ୍ବୀକୃତି ଦେଇନଥିଲେ। ଏପରିକି ଅନ୍ୟ ସ୍ଥାନରେ ବେବିନାଙ୍କ ବାହାଘର କରିବା ପାଇଁ ବର ଦେଖା ସାରିବା ସହିତ ବୁଧବାର ନିର୍ବନ୍ଧ ପାଇଁ ଦିନ ମଧ୍ୟ ଧାର୍ଯ୍ୟ କରାଯାଇଥିଲା। ଏହି ଘଟଣାକୁ ଉଭୟ ପ୍ରେମୀ ଯୁଗଳ ସଯ୍ୟ କରିନପାରି ଘରୁ ଫେରାର୍ ହୋଇଯାଇଥିଲେ। ଉଭୟ ପରିବାର ଖୋଜା ଖୋଜି କରୁଥିବା ବେଳେ ସନ୍ଧ୍ୟାରେ ଗ୍ରାମ ପାଖ ଏକ ଜଙ୍ଗଲିଆ ସ୍ଥାନରେ ଥିବା ଏକ ଡିମ୍ବିରି ଗଛରେ ଉଭୟଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ। ଘଟଣା ସଂପର୍କରେ କୁଜଙ୍ଗ ଥାନାକୁ ଖବର ଦିଆଯିବା ପରେ କୁଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ମୃତଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସଂରକ୍ଷିତ ରଖିଛି ।ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.