Latest Odisha News

କୁକୁର,ବିଲେଇ ନୁହେଁ, ମହିଳା ଘରେ ପାଳୁଛନ୍ତି ୩୫ଟି ଜୋକ

ବିଟ୍ରେନ: ସାଧାରଣତଃ ଲୋକମାନେ ଘରେ କୁକୁର,ବିଲେଇ, ଠେକୁଆ ,ଶୁଆ ଆଦି ରଖିବାକୁ ପସନ୍ଦ କରିଥାନ୍ତି । ଲୋକମାନେ ନିଜ ଘରର ସଦସ୍ୟ ଭାବେ ସେମାନଙ୍କର ଯତ୍ନ ବି ନିଅନ୍ତି । ବାହାରକୁ ବୁଲିବାକୁ ଗଲେ ସେମାନଙ୍କୁ ବି ସାଙ୍ଗରେ ନେଇ ଯାଇଥାନ୍ତି । ହେଲେ ବ୍ରିଟେନ୍‌ରେ ଜଣେ ମହିଳା ଯିଏ କୁକୁର କିମ୍ବା ବିଲେଇ ନୁହଁନ୍ତି ଘରେ ଏପରି ଜୀବ ପାଳୁଛନ୍ତି, ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ଭୟ ବି କରିବେ ।

BjdElectrycity

୨୩ ବର୍ଷୀୟା ମେରି ବେଲି ନାମକ ଜଣେ ମହିଳା ବ୍ରିଟେନ୍‌ର କେମ୍ବ୍ରିଜସେୟାରର ପିଟରବୋରୋରେ ରୁହନ୍ତି । ହେଲେ ମେରି ଘରେ କୁକୁର, ବିଲେଇ ନ ପାଳି ଜୋକ ପାଳୁଛନ୍ତି । ତାଙ୍କ ପାଖରେ ମୋଟ ୩୫ ଟି ଜୋକ ରହିଛନ୍ତି । ସେଥିମଧ୍ୟରେ ଦୁଇଟି ଏସୀୟ ବୋଫାଲୋ ଜୋକ ରହିଛନ୍ତି । ଏହା ୨୦ ସେମି ଲମ୍ବ ହୋଇପାରେ । କୁକୁର ଏବଂ ବିଲେଇ ଛାଡି ଜୋକ କାହିଁକି ପାଳୁଛନ୍ତି ସେ ନେଇ ମେରି କୁହନ୍ତି,ଜୋକଗୁଡ଼ିକ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । କେବଳ ଦୃଷ୍ଟିକୋଣ ପରିବର୍ତ୍ତନ କରିବା ଆବଶ୍ୟକ । ବାସ୍ତବରେ କହିବାକୁ ଗଲେ, ମୋ ମାଆ ଲୁଇସା ବେଲେଙ୍କର ବୟସ ୬୦ ବର୍ଷ ହେଲାଣି । ତାଙ୍କର ଆର୍ଥ୍ରାଇଟିସ୍ ଅଛି । ଏହି କାରଣରୁ, ତାଙ୍କ ଆଣ୍ଠୁରେ ସବୁବେଳେ ଯନ୍ତ୍ରଣା ହୁଏ । ମୁଁ ମୋର ପୋଷା ଜୋକ ସାହାଯ୍ୟରେ ମା’ଙ୍କ ଚିକିତ୍ସା କରେ । ପ୍ରତ୍ୟେକ ଦିନ ମୁଁ ମୋ ମା’ଙ୍କ ଆଣ୍ଠୁରେ ଜୋକ ଲଗାଏ । ଜୋକଗୁଡ଼ିକ ତାଙ୍କ ଶରୀରରୁ ମଇଳା ରକ୍ତକୁ ଶୋଷିଥାନ୍ତି । ଏହି ଚିକିତ୍ସା ଦ୍ୱାରା ମୋ ମାଆଙ୍କର ଯନ୍ତ୍ରଣା ବି କମିଯାଏ ।

ମେରି ଆହୁରି କହିଛନ୍ତି ଯେ, ଏହି ସବୁ ଜୋକକୁ ମୁଁ ଘରେ ଗୋଟେ ଆକ୍ୱାରିୟମରେ ରଖିଛି । ସେମାନେ ମାଛ ପରି ଆକ୍ୱାରିୟମରେ ଖେଳିଥାନ୍ତି , ଯାହାକୁ ଦେଖିଲେ ମୁଁ ଖୁସି ହୁଏ । ମୁଁ ଘରେ ଜୋକ ରଖିôବା ମୋର ସାଙ୍ଗସାଥୀ ଓ ସମ୍ପର୍କୀୟ ପସନ୍ଦ କରନ୍ତି ନାହିଁ । ହେଲେ ମୁଁ କାହାରି କଥା ନ ଶୁଣି ଦୁଇ ବର୍ଷ ହେଲାଣି ଘରେ ୩୫ଟି ଜୋକ ରଖି ପାଳୁଛି ।

Leave A Reply

Your email address will not be published.