Latest Odisha News

BREAKING NEWS

ସାପକୁ ନେଇ ଚେତାବନୀ ଦେଲେ ମହିଳା ବୈଜ୍ଞାନିକ

ଜଙ୍ଗଲ ଛାଡ଼ି ବିଷଧର ସାପମାନେ ଏବେ ଜନବସତି ମୁହାଁ । ଯଦି ଠିକ୍ ସମୟରେ ଏହାକୁ ନିୟନ୍ତ୍ରଣ କରା ନ ଯାଏ ତେବେ ଭବିଷ୍ୟତରେ ମାରାତ୍ମକ ସ୍ଥିତି ଉପୁଜିପାରେ । ଏଭଳି ଚେତାବନୀ ଦେଇଛନ୍ତି ଫ୍ଲୋରିଡାସ୍ଥିତ ଭୂବିଜ୍ଞାନୀ ରୋଜି ମୋର୍ ।

ରୋଜି କହିଛନ୍ତି, ବହୁ ବର୍ଷ ଧରି ଏଭରଗ୍ଲାଡ୍ସ ଜଙ୍ଗଲରେ ରହୁଥିବା ସାପମାନେ ବର୍ତ୍ତମାନ ଜନବସତି ଆଡକୁ ଚାଲିଆସୁଛନ୍ତି । ସେମାନେ ଜଙ୍ଗଲ ଛାଡ଼ି ସହରମୁହାଁ ହେଉଛନ୍ତି । ଏହି କାରଣରୁ ସାପମାନେ ପୂର୍ବ ଅପେକ୍ଷା ଜନବସତି ଅଞ୍ଚଳରେ ଅଧିକ ଦେଖାଯାଉଛନ୍ତି । ଏହି ସାପମାନେ ଗୃହପାଳିତ ପଶୁ ଉପରେ ଆକ୍ରମଣ ମଧ୍ୟ କରୁଛନ୍ତି । ଠିକଣା ସମୟରେ ଯଦି ଏହା ନିୟନ୍ତ୍ରିତ ନ ହୁଏ, ତେବେ ଆଗାମୀ ଦିନରେ ସେମାନେ ମଧ୍ୟ ମଣିଷ ଉପରେ ଆକ୍ରମଣ ଆରମ୍ଭ କରିବା ନିଶ୍ଚିତ । ଯଦି ଘର ନିକଟରେ ଆପଣ ଏପରି ସାପ ଦେଖୁଛନ୍ତି, ତେବେ ସେମାନଙ୍କଠାରୁ ସତର୍କ ରହିବା ଜରୁରୀ । କେବଳ ସତର୍କ ରହିଲେ ଆପଣ ସେମାନଙ୍କ ସହିତ ମୁକାବିଲା କରିପାରିବେ । ଯଦି ଆପଣ ଜଳ ଉତ୍ସ କିମ୍ବା ପାର୍କ ନିକଟରେ ରହୁଛନ୍ତି ତେବେ ସତର୍କ ରୁହନ୍ତୁ । ସାପମାନେ ଏପରି ସ୍ଥାନରେ ଲୁଚି ରହି ଆପଣଙ୍କୁ ଆକ୍ରମଣ କରିବା ସମ୍ଭବନା ଅଧିକ । ଯଦି ଏଭଳି ସାପ ନଜରକୁ ଆସୁଛି ତୁରନ୍ତ ବନ୍ୟଜନ୍ତୁ ବିଭାଗକୁ ଜଣାନ୍ତୁ ।
ବିଭିନ୍ନ ଚ୍ୟାନେଲରେ ବନ୍ୟଜନ୍ତୁ ସହିତ ମୁକାବିଲା କରିବାକୁ ଟିପ୍ସ ଦିଅନ୍ତି ରୋଜି । ଅନେକ ଫଟୋରେ ରୋଜି ବିପଜ୍ଜନକ ବିଷାକ୍ତ ସାପ ଗୁଡ଼ାଇ ହୋଇଥିବାର ଦେଖିବାକୁ ମିଳିଥାଏ । ଲୋକମାନେ ରୋଜିଙ୍କ ଚେତାବନୀକୁ ମଧ୍ୟ ଗମ୍ଭୀରତାର ସହ ଗ୍ରହଣ କରୁଛନ୍ତି । ବାରମ୍ବାର ପୃଥିବୀର ଅନେକ ପ୍ରାନ୍ତରୁ ମଣିଷ ଉପରେ ସାପ ଆକ୍ରମଣ ହେବାର ଖବର ଆସୁଛି । ଗତ ବର୍ଷ ୨୨ ଫୁଟର ପାଇଥନ ଜଣେ ମହିଳାଙ୍କୁ ଗିଳି ଦେଇଥିଲା । ତଥାପି ଏ ପର୍ଯ୍ୟନ୍ତ ମଣିଷ ଉପରେ ସାପର ଆକ୍ରମଣର ମାମଲା କମ୍ । ଅଧିକାଂଶ ସାପ କେବଳ ବିଲେଇ ଏବଂ କୁକୁର ଉପରେ ଆକ୍ରମଣ କରୁଛନ୍ତି ।

Leave A Reply

Your email address will not be published.