Latest Odisha News

BREAKING NEWS

ଆର୍ଯ୍ୟନଙ୍କୁ ଗିରଫ କରିଥିବା ସମୀରଙ୍କ ଉପରେ ନିର୍ମିତ ହେବ ଫିଲ୍ମ

ମୁମ୍ବାଇ: ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନଙ୍କୁ ଡ୍ରଗ୍ସ କେସରେ ଗିରଫ କରି ଏନସିବି ଅଧିକାରୀ ସମୀର ୱାଙ୍ଖେଡ ଚର୍ଚ୍ଚାକୁ ଆସିଥିଲେ । ଏବେ ତାଙ୍କ ଜୀବନୀ ଉପରେ ଫିଲ୍ମ ନିର୍ମାଣ କରିବା ପାଇଁ ଅଂଟା ଭିଡିଛନ୍ତି ଜୀଶନ ଅହମ୍ମଦ । ସେ ଏହା ପୂର୍ବରୁ ପଙ୍କଜ ତ୍ରିପାଠୀଙ୍କ ସହ ମିଶି ଅଟଳ ବିହାରୀ ବାଜପେୟୀଙ୍କ ବାୟୋପିକ ମେ ଅଟଲ ହୁଁ ନିର୍ମାଣ କରିଥିଲେ । ଟିଭି ଜର୍ଣ୍ଣାଲିଷ୍ଟ ନିଧି ରାଜଦାନଙ୍କୁ ରାଇଟିଂ ଟିମରେ ସାମିଲ କରାଯାଇଛି । ପ୍ରୀତମ ଝା ଏହି ବାୟୋପିକୁ ଲେଖୁଛନ୍ତି । ସ୍କ୍ରିପ୍ଟ କାର୍ଯ୍ୟ ଶେଷ ହେଲେ କଳାକାର ଚୟନ କରାଯିବ ବୋଲି ମେକର୍ସଙ୍କ ପକ୍ଷରୁ କୁହାଯାଇଛି । ୨୦୦୮ରେ ୟୁପିଏସସି ପରୀକ୍ଷାରେ ପାସ ହେବା ପରେ ସମୀର ଆଇଆରଏସ ଅଧିକାରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ।

BjdElectrycity

୩ ବର୍ଷ ପରେ କ୍ରିକେଟ ବିଶ୍ୱକପ ଟ୍ରଫି ବିମାନ ବନ୍ଦରରେ ଜବତ କରି ଚର୍ଚ୍ଚାକୁ ଆସିଥିଲେ । ଏହା ପରେ ଗାୟକ ମିକା ସିଂଙ୍କ ଆବଶ୍ୟକତାଠାରୁ ଅଧିକ ବିଦେଶୀ ମୁଦ୍ରା ନେଉଥିବାରୁ ଅଟକ ରଖିଥିଲେ । ୨୦୧୯ରେ ତାଙ୍କୁ ନାର୍କୋଟିସ କଂଟ୍ରୋଲ ବୋର୍ଡର ଜୋନାଲ ଅଧିକାରୀ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ସେ ୧୭୦୦ କୋଟି ଟଙ୍କାର ନିଶାଦ୍ରବ୍ୟ ଜବତ କରିଥିଲେ । ଏଥିରେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ କଳାକାର ନାମ ସାମ୍ନାକୁ ଆସିଥିଲା । ଆର୍ଯ୍ୟନ ଖାଁଙ୍କୁ ମଧ୍ୟ ସେ ଗିରଫ କରି ସମସ୍ତଙ୍କୁ ଚକିତ କରିଥିଲେ ।

Leave A Reply

Your email address will not be published.