Latest Odisha News

ହୃଦଘାତରୁ ସୁସ୍ଥ ହେବା ପରେ ରାମ୍ପରେ ଚାଲିଲେ ସୁସ୍ମିତା

ମୁମ୍ବାଇ: ନିକଟରେ ଅଭିନେତ୍ରୀ ସୁସ୍ମିତା ସେନ୍ ହୃଦଘାତର ଶୀକାର ହୋଇଥିଲେ । ହସପିଟାଲରୁ ସୁସ୍ଥ ହୋଇ ଫେରିବା ପରେ ସୁସ୍ମିତା ଏବେ ରାମ୍ପ ଶୋରେ ସାମିଲ ହୋଇଛନ୍ତି । ସେ ରାମ୍ପରେ ଚାଲୁଥିବାର ନଜରକୁ ଆସିଛନ୍ତି । ଏଥିସହିତ ଇନଷ୍ଟାଗ୍ରାମରେ ଲାଇଭ୍ ଆସି ପ୍ରଶଂସକଙ୍କ ସହ କଥା ମଧ୍ୟ ହୋଇଛନ୍ତି । ଏବେ ସେ ସୁସ୍ଥ ଅଛନ୍ତି । ରାମ୍ପରେ ଚାଲିବା ସମୟରେ ପ୍ରଶଂସକମାନେ ତାଙ୍କୁ ବହୁତ ଉତ୍ସାହିତ କରିଥିଲେ । ଏଥିରେ ଭାଗ ନେଇଥିବାରୁ ସେ ବହୁତ ଖୁସି ଥିବା କହିଛନ୍ତି ।

ଏହାର ଏକ ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଏହି ସମୟରେ ସୁସ୍ମିତା ହଳଦିଆ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ, ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ । ରାମ୍ପ ଚାଲିବା ସମୟରେ ତାଙ୍କ ହାତରେ ଏକ ପୁଷ୍ପଗୁଚ୍ଛ ମଧ୍ୟ ଥିଲା, ଯେଉଁଥିରେ ସେ ଗ୍ଲାମରସ୍ ଦେଖାଯାଉଥିଲେ । ଏହି ଭିଡ଼ିଓ ଦେଖିବା ପରେ ପ୍ରଶଂସକମାନେ ହଠାତ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିନ୍ତୁ ସୁସ୍ମିତା ପ୍ରଶଂସକମାନଙ୍କୁ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଅବଗତ କରାଇଥିଲେ । ସେ କହିଛନ୍ତି ଯେ, ଚିକିତ୍ସା ପରେ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଏବଂ ଖୁବ ଶୀଘ୍ର ୱେବ୍ ସିରିଜ୍ ‘ଆର୍ଯ୍ୟ\’ର ସୁଟିଂ ଶେଷ କରିବେ ।

Leave A Reply

Your email address will not be published.