Latest Odisha News

ଘରେ ପଶି ଯୁବକଙ୍କୁ ହାଣିଲେ, କାରଣ ଅସ୍ପଷ୍ଟ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ଥାନା ଅଧୀନ ପାଣ୍ଡିଆ ତନ୍ଦରା ସାହିରେ ବିଭତ୍ସ ହତ୍ୟାକାଣ୍ଡ । ଘରେ ପଶି ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ମୃତ ଯୁବକ ଜଣଙ୍କ ହେଲେ ମୁରଳି ବାଡ଼ତ୍ୟା ।

ଖବର ମୁତାବକ, ଗତକାଲିରାତିରେ ମୁରଲି ତାଙ୍କ ଘରେ ଶୋଇଥିବାବେଳେ, ସକାଳୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କ ଘରଲୋକ ତାଙ୍କୁ ଦେଖିବାକୁ ପାଇଥିଲେ । ଏହାପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ତେବେ କିଏ ଏବଂ କାହିଁକି ତାଙ୍କୁ ହତ୍ୟା କଲା ତାର କାରଣ ଅସ୍ପଷ୍ଟ ରହିଛି । ହେଲେ ଦୁଇ ଦିନ ପୂର୍ବେ ଗାଁରେ ଦଣ୍ଡ ନାଚ ସମୟରେ ମୁରଲୀଙ୍କର ଉକ୍ତ ଗାଁ କିଛି ଯୁବକଙ୍କ ସହ ଗଣ୍ଡଗୋଳ ହୋଇଥିଲା । ତେବେ ସେହି କାରଣକୁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

Comments are closed.