Latest Odisha News

BREAKING NEWS

ଛତିଶଗଡରେ ପୁଣି ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ମାଓବାଦୀ

ବିଜାପୁର: ଆସନ୍ତା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆକ୍ସନ ମୋଡରେ ସୁରକ୍ଷାକର୍ମୀ । ଜୋରଦାର ଚାଲିଛି ସର୍ଚ୍ଚ ଅପରେସନ । ଆଜି ପୁଣି ଥରେ ଛତିଶଗଡରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ପୁଣି ଟଳିଛନ୍ତି ୩ ମାଓବାଦୀ ।

ସୂଚନା ଅନୁସାରେ, ଛତିଶଗଡର ବିଜାପୁର ନିକଟସ୍ଥ କରିଗୁଟା ଜଙ୍ଗଲରେ କିଛି ମାଉବାଦୀ ଲୁଚିଥିବା ନେଇ ବିଶେଷ ସୁତ୍ରରୁ ଖବର ପାଇଥିଲେ ସୁରକ୍ଷାକର୍ମୀ । ଖବରପାଇ ଆଜି ସକାଳୁ ସକାଳୁ ଉକ୍ତ ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ । ସୁରକ୍ଷାକର୍ଡ଼ୀଙ୍କ ଉପସ୍ଥିତି ବିଷୟରେ ଜାଣି ପ୍ରଥମେ ମାଓବାଦୀମାନେ ଗୁଳି ଚଳାଇଥିଲେ । ଏହାର ପାଲଟା ଉତ୍ତରରେ ସୁରକ୍ଷାକର୍ମୀମାନେ ମଧ୍ୟ ଗୁଳି ଚଳାଇଥିଲେ । କିଛି ଘଣ୍ଟା ଧରି ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିଲା । ଶେଷରେ ଉକ୍ତ ସ୍ଥାନରୁ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ ।

ଏହାପରେ ସୁରକ୍ଷାକର୍ମୀ ଜଙ୍ଗଲ ଭିତରେ ଖୋଜାଖୋଜି ଆରମ୍ଭ କରିଥିଲେ । ଖୋଜାଖୋଜି ଚାଲିଥିବା ବେଳେ ୩ ମାଓବାଦୀଙ୍କ ମୃତଦେହ ଠାବ କରିଥିଲେ ସୁରକ୍ଷାକର୍ମୀ । ଏତଦବ୍ୟତୀତ ଗୋଟିଏ LMG, ଗୋଟିଏ AK-47 ବନ୍ଧୁକ ଏବଂ ବିପୁଳ ପରିମାଣରେ ବିସ୍ଫୋରକ ଜବତ କରିଛନ୍ତି ସୁରକ୍ଷାକର୍ମୀ । ଏବେବି ସୁରକ୍ଷାକର୍ମୀଙ୍କ ତରଫରୁ ଉକ୍ତ ଜଙ୍ଗଲରେ ସର୍ଚ୍ଚଅପରେସନ ଜାରି ରହିଛି ବୋଲି କହିଛନ୍ତି ବିଜାପୁର ଜିଲ୍ଲା ଏସ୍‌ପି ଜିତେନ୍ଦ୍ର ଯାଦବ ।

ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ୨ ତାରିଖରେ ଉକ୍ତ ଅଞ୍ଚଳରେ ସୁରକ୍ଷାବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ବଡ ଧରଣର ଗୁଳିବିନିମୟ ହୋଇଥିଲା । ଏଥିରେ ୪ଜଣ ମାଓବାଦୀ ନିହତ ହୋଇଥିବା ବେଳେ ପରେ ଖୋଜାଖୋଜି କରିବା ବେଳେ ଆଉ ୯ଜଣ ମାଓବାଦୀଙ୍କ ମୃତଦେହ ଠାବ କରାଯାଇଥିଲା ।

 

 

Leave A Reply

Your email address will not be published.