Latest Odisha News

BREAKING NEWS

‘ପିଓକେ ଭାରତର ଥିଲା ରହିବ, ଦେଶର ଶାନ୍ତିରେ ବାଧା ଦେଲେ ଆତଙ୍କବାଦୀଙ୍କୁ ଘରେ ପଶି ମାରିବୁ’

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବଡ ବୟାନ । ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ରାଜନାଥ ସିଂ ଆତଙ୍କବାଦୀଙ୍କୁ ନେଇ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଯଦି କୌଣସି ଆତଙ୍କବାଦୀ ଭାରତର ଶାନ୍ତିରେ ବାଧା ସୃଷ୍ଟି କରିବାକୁ ପ୍ରୟାସ କରନ୍ତି ତେବେ ତାଙ୍କ ଘରେ ପଶି ମାରିବୁ ।

ସେ ଆହୁରି କହିଛନ୍ତି, ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ଘଟାଇ ଯଦି ସୀମା ପାର ହୋଇ କୌଣସି ଆତଙ୍କବାଦୀ ପଳାଇଯାଏ ତେବେ ଆମେ ତାକୁ ତାର ପାକିସ୍ତାନ ମାଟିରେ ମାରିକି ଆସିବୁ । ରାଜନାଥ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା କହିଛନ୍ତି ଠିକ୍ ହିଁ କହିଛନ୍ତି ଯେ, ଭାରତ କେତେ ଶକ୍ତିଶାଳୀ ତେହା ଏବେ ପାକିସ୍ତାନ ବୁଝି ସାରିଛି ।

ରାଜନାଥ କହିଛନ୍ତି ଭାରତ ଏପରି ଏକ ଦେଶ ସେ ତାର ସବୁ ପଡୋଶୀ ଦେଶ ସହ ସୁ-ସମ୍ପର୍କ ରଖିଛି । ସେ କେବେ ହେଲେ କେଉଁ ଦେଶ ଉପରେ ଆକ୍ରମଣ କରିନି କି କାହାର ଜମି ଉପରେ କବଜା କରିବାକୁ ଚେଷ୍ଟା କରିନି । କିନ୍ତୁ ଯଦି କେହି ଭାରତର ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରେ ତେବେ ତାର ନିସ୍ତାର ନାହିଁ ଆମେ ମୁଁ ତୋଡ ଜବାବ ଦେବୁ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ।

ପିଓକେ କୁ ନେଇ ରାଜନାଥ କହିଛନ୍ତି ଯେ, ପିଓକେ ହେଉଛି ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ପିଓକେ ପୂର୍ବରୁ ଭାରତର ଥିଲା ଏବଂ ଆଜି ମଧ୍ୟ ଭାରତର ଅଛି । ଭାରତ ସହ ଆସିବାକୁ ପିଓକେ ଲୋକ ଚାହୁଁଛନ୍ତି । ଏଥିପାଇଁ ସ୍ଥାନୀୟ ଜନସାଧାରଣ ବାରମ୍ବାର ପ୍ରଦର୍ଶନ କରି ଆସୁଛନ୍ତି ।

Leave A Reply

Your email address will not be published.