Latest Odisha News

BREAKING NEWS

ଶୋଇଥିବା ଯୁବତୀଙ୍କ ଉପରେ ପେଟ୍ରୋଲ ଢ଼ାଳି ଲଗାଇଦେଲେ ନିଆଁ; ହସ୍ପିଟାଲରେ ଭର୍ତ୍ତି

ସୁନ୍ଦରଗଡ଼:ଯୁବତୀଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ । ୨୬ ବର୍ଷୀୟ ଯୁବତୀ ଜଣକ ଘରେ ଶୋଇଥିଲା ବେଳେ କୌଣସି ଦୁର୍ବୃତ୍ତ ଝରକା ପଟେ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିଲେ। ଫଳରେ ଯୁବତୀଙ୍କ ଦେହରେ ନିଆଁ ଲାଗି ଗୁରୁତର ହୋଇଛନ୍ତି। ଶୁକ୍ରବାର ରାତିରେ ବିଶ୍ରା ଥାନା ସନ୍ତୋଷପୁର ପଞ୍ଚାୟତ ଜାରାଟୋଲି ଗାଁ ରେ ଘଟିଛି ଏହି ଅଭାବନୀୟ ଘଟଣା ।

ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଖବର ପାଇ ପୋଲିସ, ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାର ସ୍ପଷ୍ଟ କାରଣ ଜଣାପଡି ନାହିଁ। ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି।

Leave A Reply

Your email address will not be published.