Latest Odisha News

BREAKING NEWS

କାର ଘଷି ହୋଇ ଯିବାରୁ ବରିଷ୍ଠ ନାଗରିକଙ୍କୁ ମାଡ ଅଭିଯୋଗ, ଜଣେ ଗିରଫ

ଭୁବନେଶ୍ୱର: ପେଟ୍ରୋଲ ପମ୍ପ ନିକଟରେ ପେଟ୍ରୋଲ ପକାଇବା ବେଳେ ଜଣେ ଯୁବକଙ୍କ କାର ମିରର୍ ସହ ଜଣେ ବରିଷ୍ଠ ନାଗରିକଙ୍କ କାର ଘଷି ହୋଇଯିବାରୁ ତୁମୁଳକାଣ୍ଡ । ଯୁବକ ଜଣକ ବରିଷ୍ଠ ନାଗରିକଙ୍କୁ ନିସ୍ତୁକ ମାଡ ମାରିବା ସହ ପାଞ୍ଚ ହଜାର ଟଙ୍କା ଦାବି କରିଥିଲା । ଏୟାରଫିଲ୍ଡ ଥାନାରେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ପ୍ରତୀକ ପଣ୍ଡାକୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ବରିଷ୍ଠ ନାଗରିକ ମଧୁସୂଦନ ଦିକ୍ଷୀତ ଗତକାଲି ପତ୍ନୀଙ୍କ ସହ ଶଙ୍କରାବାଙ୍କ ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଉଥିବା ବେଳେ ତାଙ୍କ କାର ସହ ପ୍ରତୀକଙ୍କ କାର ସାମାନ୍ୟ ଘଷି ହୋଇଯାଇଥିଲା । ଏହା ପରେ ମଧୁସୂଦନ ରହୁଥିବା ହାଇଟେକ୍ ପ୍ଲାଜା ଆପାର୍ଟମେଣ୍ଟକୁ ଚାଲିଯାଇଥିବା ବେଳେ ପ୍ରତୀକ ତାଙ୍କ ପିଛା କରିଥିଲା । ଏହା ପରେ ତାଙ୍କ ଘରୁ ତାଙ୍କୁ ଭିଡି ଆଣି ନିଜ କାରରେ ଲକ୍ କରି ନିସ୍ତୁକ ମାଡ ମାରିଥିଲା । ମଧୁସୂଦନଙ୍କ ପତ୍ନୀ ଓ ଆପାର୍ଟମେଣ୍ଟର ଅନ୍ୟମାନେ ଯେତେ ବେରଣ କଲେ ବି ସେ କାହାରି କଥା ଶୁଣିବା ଅବସ୍ଥାରେ ନ ଥିଲା । ଏହା ସହ ଗାଡିର କ୍ଷତିପୂରଣ ବାବଦକୁ ସେ ୫ହଜାର ଟଙ୍କା ମାଗିଥିଲା । ତାହା ବି ସେମାନଙ୍କଠାରୁ ଆଦାୟ କରି ଫେରିଥିଲା ।

ଏ ନେଇ ଏୟାରଫିଲ୍ଡ ଥାନାରେ ଅଭିଯୋଗ ପରେ ପୋଲିସ ପ୍ରତୀକକୁ ଗିରଫ କରିଛି । ଜାମିନ ନାମଂଜୁର ହେବାରୁ ତାକୁ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.