Latest Odisha News

BREAKING NEWS

ବୁର୍ଲା ଭିସୁଟ୍ ସଟ୍ ଡାଉନ

ସମ୍ବଲପୁର: ବୁର୍ଲା ଭିସୁଟ୍ ରେ କରୋନା ପଜିଟିଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସେଠାରେ ସଟ୍ ଡାଉନ ଘୋଷଣା କରାଯାଇଛି । ଏଠାରେ ୨୯ ଜଣ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ପଦକ୍ଷପେ ନିଆଯାଇଛି ।

ଭିସୁଟ୍‌ର ହଷ୍ଟେଲଗୁଡିକୁ କନଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଛି । ‘ପୁଲହ’ ହଷ୍ଟେଲ ଆଖପାଖ ଅଂଚଳକୁ ବଫର ଜୋନ ଘୋଷଣା କରାଯାଇଛି । ଅନ୍ୟାଦେଶ ନ ଆସିବା ଯାଏଁ ଭିସୁଟ୍ ସଟ୍ ଡାଉନ ରହିବ ।

ଛାତ୍ରଛାତ୍ରୀମାନଙ୍କୁ ରୁମରୁ ନ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେମାନଙ୍କର ଆବଶ୍ୟକ ଜିନିଷ ସେମାନଙ୍କ ନିକଟରେ ପହଞ୍ଚାଇବାକୁ ବ୍ୟବସ୍ଥା ହୋଇଛି । ପଜିଟିଭ୍ ଚିହ୍ନଟ ହୋଇଥିବା କିଛି ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାମ୍ପସରେ ରହିବା ପାଇଁ ବ୍ୟବସ୍ଥା କରିଛନ୍ତି କୁଳପତି ।

ଆଉ କିଛି ପଜିଟିଭ୍ ଚିହ୍ନଟ ହୋଇଥିବା ଛାତ୍ରଛାତ୍ରୀ ଘରକୁ ଫେରି ସେଠାରେ ଚିକିତ୍ସା ହେଉଛନ୍ତି ।

Leave A Reply

Your email address will not be published.