Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ବିଧାନସଭାରେ ଜିଏସ୍‌ଟି ତାତି । ଚୁଡ଼ା, ମୁଢ଼ି ଉପରେ GST ଲାଗୁ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ

ଭୁବନେଶ୍ୱର : ବିଧାନସଭାରେ ଜିଏସ୍‌ଟି ତାତି । ଚୁଡ଼ା, ମୁଢ଼ି ଉପରେ GST ଲାଗୁ ପ୍ରସଙ୍ଗରେ କଂଗ୍ରେସ ବିଧାୟକମାନେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଜୋରଦାର ହୋହଲ୍ଲା କରିଥିଲେ ।  ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏହି ପ୍ରସଙ୍ଗ ଉଠାଇ କହିଥିଲେ, ଯଦି କେନ୍ଦ୍ର ସରକାର ଏସବୁ ଉପରେ GST ଲଗାଉଛନ୍ତି, ତେବେ ରାଜ୍ୟ ସରକାର ଏହାକୁ ଓଡ଼ିଶାରେ ଲାଗୁ ନକରନ୍ତୁ ।  ଚୁଡ଼ା,ମୁଢି , ଦହି, କ୍ଷୀର ଭଳି ଜିନିଷ ଗୁଡିକ ଉପରେ ଜିଏସଟି ଲାଗୁ ନେଇ ଘୋର ବିରୋଧ କରିବା ସହିତ ନିନ୍ଦା କରିଛନ୍ତି ବିଧାୟକ ।

ଚୁଡ଼ା, ମୁଢ଼ି, ଖଇ, ଦହି, କ୍ଷୀର, ବଟର ଉପରେ GST ଲାଗୁ ନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଉଦବେଗ ପ୍ରକାଶ କରିଛନ୍ତି । ଏହାଦ୍ୱାରା ଗରିବ ଲୋକ କ୍ଷୀର, ଦହି ଖାଇ ପାରିବେନି । ଏହା ପ୍ରତ୍ୟାହାର କରିବାକୁ ସାଲୁଜା ଦାବି କରିଛନ୍ତି । ଶୂନ କାଳରେ ମଧ୍ୟ ସମାନ ମୁଢ଼ି ଉପରେ ଜିଏସଟି ଲାଗୁ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ଏହା ଗରିବଙ୍କ ପେଟରେ ଲାତ ବୋଲି ସେ କହିବା ସହ ଏହା ଉପରେ କମିଟି ଗଠନ ପାଇଁ ଦାବି କରିଥିଲେ । ଜିଏସଟି କମିଶନ ଓ ପ୍ରଧାନମନ୍ତ୍ରୀଙ୍କୁ କମିଟି ଭେଟୁ ବୋଲି ତାରା କହିଛନ୍ତି ।

ଚୁଡ଼ା, ମୁଢ଼ି, ଖଇ, ଦହି, କ୍ଷୀର, ବଟର ଉପରେ GST ଲାଗୁ ଦ୍ୱରା ଗରିବ ଲୋକ ହଇରାଣ ହେବେ । ଏଥିପାଇଁ GST ପରିଷଦ ରାଜ୍ୟର ସହମତି ନେଇଛି କି ବୋଲି  ଉଠିଛି ପ୍ରଶ୍ନ ?

ସେପଟେ ସମସ୍ତ ଘଟଣା ନେଇ  GST ଉପରେ ରାଜ୍ୟ ସରକାର କିଛି କରିପାରିବେ ନାହିଁ । ଏହି GST କେବଳ କମ୍ପାନୀଗୁଡ଼ିକରେ ପ୍ରସ୍ତୁତ ହେଉଥିବା ପ୍ୟାକେଟ୍ ଉପରେ ଲାଗୁହେବ। ଗ୍ରାମାଞ୍ଚଳର ଖୁଚୁରା ବ୍ୟବସାୟୀ କିମ୍ବା ଗ୍ରାହକଙ୍କ ଉପରେ ଏହାର ପ୍ରଭାବ ପଡ଼ିବନି ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି । ଯାହାର ଘୋର ବିରୋଧ କରାଯିବା ସହିତ ବିଧାନସଭାରେ ହଟଗୋଳ ଦେଖିବାକୁ ମିଳିଥିଲା ।

 

 

 

କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ବିଜେପି ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି। ଯଦିଓ ରାଷ୍ଟ୍ରପତି ନିର୍ବାଚନରେ ହ୍ୱୀପ୍ ଲାଗେନାହିଁ ତଥାପି ବି ବିରୋଧୀ ଦଳଗୁଡ଼କର ମିଳିତ ପ୍ରାର୍ଥୀ ଜଶଓ୍ୱାନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦେବା ଲାଗି କଂଗ୍ରେସ ନିଷ୍ପତ୍ତି ନେଇଥିଲା । ମାତ୍ର ମୋକିମ ଦଳୀୟ ନିଷ୍ପତ୍ତିକୁ ଅଣଦେଖା କରିଛନ୍ତି । ନିଜ ବିବେକ ଏବଂ ଓଡ଼ିଆ ସ୍ୱାଭିମାନ କାରଣରୁ ସେ ଦ୍ରୋପଦୀଙ୍କୁ ଭୋଟ୍ ଦେଇଥିବା କଥା କହିଛନ୍ତି । କଂଗ୍ରେସର ବାରଣ ସତ୍ତ୍ୱେ ପାର୍ଟିକୁ ଛାଡ଼ି କଂଗ୍ରେସ ବିଧାୟକଙ୍କ ମାଟି ମୋହ । ଓଡ଼ିଶାର ସମ୍ମାନ ବଢ଼ାଇବାକୁ ମୁଁ ଏଭଳି ନିଷ୍ପତ୍ତି ନେଇଛି। ଦଳର ନିଷ୍ପତ୍ତି କିନ୍ତୁ ଅଲଗା ଥିଲା । ତେଣୁ ସୋକଜ୍ ନୋଟିସ୍ ହେଲେ, ଦଳ ସହ ଆଲୋଚନା କରିବି।’  ଓଡ଼ିଆ ଭାବେ ମୁଁ ଓଡ଼ିଶାର ଝିଅ କୁ ଭୋଟ ଦେଇ ଗର୍ବିତ । ଯାହାକୁ ନେଇ କଂଗ୍ରେସରେ ଏକ ଝଡ଼ ସୃଷ୍ଟି ହୋଇଛି ।

–ମହମ୍ମଦ ମୋକିମ , କଂଗ୍ରେସ ବିଧାୟକ

ମୋକିମଙ୍କ  କ୍ରସ୍ ଭୋଟିଂ ନେଇ କିଛି ବିଧାୟକଙ୍କ ସପକ୍ଷରେ ରହିଛନ୍ତି। ଦ୍ରୌପଦୀ ହେଉଛି ମାଟିର ଝିଅ । ତାଙ୍କୁ ଭୋଟ୍ ଦେବାରେ ମୋକିମଙ୍କୁ ସମର୍ଥନ ମିଳିଛି । ତେବେ ନିର୍ବାଚନ ବେଳେ ଓଡିଶା ଭଳି ଆସାମ , ଉତ୍ତରପ୍ରଦେଶ, ଗୁଜରାଟରେ କ୍ରସ ଭୋଟିଂ ଦେଖିବାକୁ ମିଳିଛି ।

-କ୍ୟାପଟେନ୍ ଦିବ୍ୟଶଙ୍କର , ବିଜେଡ଼ି ନେତା

ଦଳ ବିରୋଧରେ ଯାଇ କାର୍ଯ୍ୟ କରିଥିବାରୁ କଂଗ୍ରେସ ନେତାମାନେ ଅସନ୍ତୋଷ ପ୍ରକାଶ କରିବା ସହ ଘଟଣାର ତର୍ଜମା ହେବ ବୋଲି କହିଛନ୍ତି ।

Leave A Reply

Your email address will not be published.