ରାୟଗଡା: ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଥାନା ଅନ୍ତର୍ଗତ ଉହାପୁଚି ଗ୍ରାମରେ ପୁଅର ଠେଙ୍ଗାମାଡରେ ବାପାର ମୃତ୍ୟୁ ହେବାଭଳି ଏକ ଅଭାବନୀୟ ଘଟଣା ନଜରକୁ ଆସିଛି ।
ମୃତକ ଜଣକ ସ୍ଥାନୀୟ ଗ୍ରାମର ଲଙ୍ଗେସା ହିକବାଡିକା ।
ପ୍ରାପ୍ତ ସୂଚନାନୁଯାୟୀ କୌଣସି କାରଣବଶତଃ ଉଭୟ ବାପ ଓ ପୁଅ ବଦ ହିକବାଡିକା ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା । ପରବର୍ତ୍ତୀ ସମୟରେ ଏହା ଉଗ୍ର ରୂପ ନେଇଥିଲା ବେଳେ ଉତକ୍ଷିପ୍ତ ପୁଅ ଅଚାନକ ବାପାକୁ ଆକ୍ରମଣ କରିଥିଲା । ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା ।
ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାରିପାଶ୍ୱିର୍କ ସ୍ଥିତି ପରଖିବା ସହ ତଦନ୍ତ ଜାରି କରିଛି । ଏଥିସହିତ ସମ୍ପୃକ୍ତ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।
Comments are closed.