Latest Odisha News

BREAKING NEWS

ସୁବର୍ଣ୍ଣପୁରରେ ବିଜୁ ଯୁବ ଓ ଛାତ୍ର ସମାବେଶ ଅନୁଷ୍ଠିତ, ଦଳକୁ ସୃଦୃଢ କରିବା ଲକ୍ଷ୍ୟ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିଜୁ ଯୁବ ଓ ଛାତ୍ର ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜୁ ଜନତା ଦଳ ପକ୍ଷରୁ ସୋନପୁର ନିର୍ବାଚନ ମଣ୍ଡଳୀ ତରଭା ବ୍ଲକ ର ଠକପାଲି ଓ ସୋନପୁର ବ୍ଲକ ବିଶିମୁଣ୍ଡା ଗାଁ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସାଧାରଣ ଜନତାଙ୍କୁ ନବୀନ ଓଡିଶା ମ୍ୟାଜିକ୍ କାର୍ଡ ଓ ନିର୍ବାଚନ ଇସ୍ତାହାର ସମ୍ପର୍କରେ ଅବଗତ କରାଯାଇଥିଲା l

ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ସୋନପୁର ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ନିରଞ୍ଜନ ପୂଜାରୀ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ସୁରେନ୍ଦ୍ର ସିଂହ ଭୋଇ ଯୋଗ ଦେଇ ନବୀନ ପଟ୍ଟନାୟକଙ୍କ ଜନହିତ କାରୀ ଯୋଜନା ସଫଳ କରି ଯୋଡି ଶଙ୍ଖ ରେ ଗୋଟିଏ ବିଧାୟକ ଓ ଗୋଟିଏ ଲୋକସଭା ପ୍ରାର୍ଥୀ ଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ l

ପରେ ପରେ ବିଭିନ୍ନ ଗାଁ କୁ ଗାଁ ଯାଇ ଭୋଟର ମାନଙ୍କୁ ଭେଟିଥିଲେ ଉଭୟ ବିଜେଡି ର ପ୍ରାର୍ଥୀ l ଜିଲ୍ଲା ବିଜେଡି ସଭାପତି ସରୋଜ କମ୍ପ, ଜିଲ୍ଲା ବିଜେଡି ଛାତ୍ର ଜନତା ଦଳର ସଭାପତି, ଜିଲ୍ଲା ଯୁବ ସଭାପତି ପ୍ରମୁଖ ସହିତ ବିଜେଡିର ବହୁ କର୍ମକର୍ତ୍ତା ଓ କର୍ମୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.