Latest Odisha News

BREAKING NEWS

ବିଜେଡିରେ ମିଶିଲେ ଅନୁଗୁଳର ବିଶିଷ୍ଟ ଶିକ୍ଷାବିତ୍ ମହେଶ ଧଳ; କହିଲେ, ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶ ଅନୁପ୍ରାଣିତ କରିଛି

ଭୁବନେଶ୍ବର: ବିଜେଡିରେ ମିଶିଲେ ଅନୁଗୁଳ ଜିଲ୍ଲାର ମହେଶ ଧଳ । ସେ କେବଳ ଜଣେ ବ୍ୟକ୍ତି ନୁହନ୍ତି, ଜଣେ ଅନୁଷ୍ଠାନ । ଆଦର୍ଶ ଗ୍ରୁପର ସେ ପ୍ରତିଷ୍ଠାତା । ଶିକ୍ଷାରେ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି ମହେଶ । ଆଜି ଶଙ୍ଖ ଭବନରେ ମହେଶ ଓ ତାଙ୍କ ସହଯୋଗୀ ସୁଶାନ୍ତ ସାହୁ ବିଧିବଦ୍ଧ ଭାବେ ଦଳରେ ଯୋଗଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶଙ୍କ ପକ୍ଷରୁ ସ୍ୱାଗତ କଲେ ସାଂସଦ ସସ୍ମିତ ପାତ୍ର ।

ମହେଶ ଧଳ ଓ ତାଙ୍କ ସହଯୋଗୀ ଦଳରେ ସାମିଲ ହେବା ପରେ ଅନୁଗୁଳ ଜିଲ୍ଲାରେ ବିଜେଡି ଆହୁରି ସଶକ୍ତ ହେଲା ବୋଲି କହିଛନ୍ତି ସାଂସଦ ସସ୍ମିତ ପାତ୍ର ।

ସେହିପରି ମହେଶ ଧଳ କହିଛନ୍ତି ଯେ, ‘ଆଜି ମୋ ପାଇଁ ମହତ ଦିନ କାରଣ ମୁଁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହେଲି । ତେଣୁ ମୁଁ ତାଙ୍କ ପାଖରେ ଚିର ଋଣୀ । ନବୀନ ବାବୁଙ୍କ ବିକଶିତ ଓଡିଶା ସ୍ୱପ୍ନ ସଫଳ ହେବ’ ।

ମହେଶ ଧଳ ଅନୁଗୁଳରେ ପ୍ରଥମ ଦୁଇ ଶହ ଶଯ୍ୟା କୋଭିଡ ହସ୍ପିଟାଲ କରିବା ସହ ମାଗଣା ଆକ୍ସିଜେନ ଦେଇଥିଲେ । ୨୦୧୦ ରେ ରେକର୍ଡ ୧୦୦୧ ରକ୍ତ ୟୁନିଟ୍ କରିଥିଲେ । ସେ ରକ୍ତ ଅଭାବ ଦୂର କରିଛନ୍ତି । ଦକ୍ଷତା ବିକାଶ ପାଇଁ ଆଇଟିଆଇ ଆରମ୍ଭ କରିବା ସହ ଗରିବ ପିଲାଙ୍କ ପାଇଁ ଶିକ୍ଷା ଓ କ୍ରୀଡା ହବ କରିଛନ୍ତି ।

Leave A Reply

Your email address will not be published.